ETV Bharat / sports

ଚେନ୍ନାଇ ଟେଷ୍ଟ: ପ୍ରଥମ ପାଳିରେ ଭାରତ 329ରେ ଅଲଆଉଟ୍‌ - ଋଷଭ ପନ୍ତ

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଦ୍ବିତୀୟ ଟେଷ୍ଟ ମ୍ୟାଚର 2ୟ ଦିନରେ 329 ରନ୍‌ ଅଲଆଉଟ୍‌ ହୋଇଛି ଭାରତୀୟ ଦଳ । 2ୟ ଦିନରେ ମାତ୍ର 29ରନ୍‌ ଯୋଡିଛି ଟିମ ଇଣ୍ଡିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଚେନ୍ନାଇ ଟେଷ୍ଟ: ପ୍ରଥମ ପାଳିରେ ଭାରତ 329ରେ ଅଲଆଉଟ୍‌

author img

By

Published : Feb 14, 2021, 11:09 AM IST

ଚେନ୍ନାଇ: ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦଳ ପକ୍ଷରୁ ରୋହିତ ଶର୍ମା ଦମ୍‌ଦାର ପ୍ରଦର୍ଶନ କରିଛନ୍ତି । ଟସ୍‌ ଜିତି ବ୍ୟାଟିଂ କରୁଥିବା ବିରାଟ ବାହିନୀ 2ୟ ଦିନରେ ଅଲଆଉଟ୍‌ ହୋଇଛି । ଟିମ ଇଣ୍ଡିଆ 329ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ।

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 161 କରିଥିବାବେଳେ ଋଷଭ ପନ୍ତ 58*, ରାହାଣେ 67, ପୂଜାରା21, ଅଶ୍ବିନ 13, ଅକ୍ଷର ପଟେଲ 5ରନ୍‌ କରିଛନ୍ତି ।

ସୂଚନାଥାଉକି, ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳର ସ୍କୋର 300/6 ରହିଥିଲା । 2ୟ ଦିନରେ ମାତ୍ର 29ରନ୍‌ ଯୋଡିଛି ଟିମ ଇଣ୍ଡିଆ ।

ଏପଟେ ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲି ସର୍ବାଧିକ 4ଟି ଓ୍ବିକେଟ ହାତେଇଥିବାବେଳେ ଓଲି ଷ୍ଟୋନ 3ଟି ଓ୍ବିକେଟ ହାତେଇଛନ୍ତି । ସେହିପରି ଜ୍ୟାକ 2 ଓ ରୁଟ୍‌ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.