ନୂଆଦିଲ୍ଲୀ: ଭାରତୀୟ ଟିମକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିବା ଜାରି ରହିଛି । ଦଳର ପ୍ରମୁଖ ବୋଲରଙ୍କ ପରେ ଏବେ ଯୁବ ବୋଲର ମଧ୍ୟ ଆହତ ଲାଇନରେ ।
ଗାବାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟର ପ୍ରଥମ ଦିନରେ ଯୁବ ବୋଲର ନବଦୀପ ସାଇନି ବୋଲିଂ ବେଳେ ମାଂଶପେସୀ ଟାଣିହେବା ଯୋଗୁଁ ଆହତ ହୋଇଛନ୍ତି । ମାତ୍ର 7.5 ଓଭର ବୋଲିଂ କରିବା ପରେ ଯୁବ ବୋଲର ଆହତ ହେବା ଦ୍ବାରା ଭାରତୀୟ ଟିମର ଫିଜିଓ ଓ ଟ୍ରେନରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି ।
ଅଷ୍ଟ୍ରେଲିଆ ସିରିଜର ଅନ୍ତ ଏକ ଭୟଙ୍କର ହେବାକୁ ଯାଉଛି । କାରଣ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଆହତ ଖେଳାଳିଙ୍କୁ ମଧ୍ୟରୁ ଭାରତୀୟ ଟିମ ଚୟନ କରିବା କାଠିକର ପାଠ ହେବ ।
ସିନିୟର ଫିଜିଓ ନିତିନ ପଟେଲ, ଯୋଗେଶ କୁମାର ଓ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ ନିକ ୱେବ, ସୋହୁମ ଦେଶାଇଙ୍କ ଆସନ ଟଳମଳ ହେବାର ସମ୍ଭାବନି ରହିଛି । ଏକାଧିକ ଭେଟେରାନ ଖେଳାଳି ଏପରିକି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଡମ ଗିଲଖ୍ରୀଷ୍ଟ ମଧ୍ୟ ଆହତ ସମସ୍ୟାର ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ