ETV Bharat / sports

ମ୍ୟାନେଜମେଣ୍ଟ ବଦଳିଲେ ଦଳକୁ ଫେରିବି: ଆମୀର - Amir on management

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିବାର ପ୍ରାୟ ଗୋଟିଏ ମାସ ପରେ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କ ବଡ ବୟାନ । ଅଧିକ ପଢନ୍ତୁ...

I will be available for Pakistan only once this management leaves: Amir
ମୁଖ୍ୟକୋଚ, ମ୍ୟାନେଜମେଣ୍ଟ ବଦଳିଲେ ଦଳକୁ ଫେରିବି: ଆମୀର
author img

By

Published : Jan 18, 2021, 6:58 PM IST

ଲାହୋର: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିବାର ପ୍ରାୟ ଗୋଟିଏ ମାସ ପରେ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କ ବଡ ବୟାନ । ବର୍ତ୍ତମାନର ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ଓ ମୁଖ୍ୟ କୋଚ ମିଶବାହ-ଉଲ-ହକ ବଦଳିବା ପରେ ହିଁ ସେ ପୁଣି କ୍ରିକେଟକୁ ଫେରିବା ନେଇ ଚିନ୍ତା କରିବେ କହିଛନ୍ତି ।

ସୋମବାର ଟ୍ବିଟରେ ଆମୀର ଲେଖିଛନ୍ତି, "ଏହା ସ୍ପଷ୍ଟ କରିବାକୁ ଚାହେଁ, ପାକିସ୍ତାନ ଟିମକୁ ପୁଣି ଫେରିବି ମାତ୍ର ଥରେ ବର୍ତ୍ତମାନର ଟିମ ମ୍ୟାନେଜମେଣ୍ଟ ବଦଳିବା ପରେ ।"

ଆମୀର କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରୁ ବାଦ ପଡିବା ଯୋଗୁଁ ସେ ଅବସର ଘୋଷଣା କରିନାହାନ୍ତି । ବରଂ ସେ ଟେଷ୍ଟ କ୍ରିକେଟ ନ ଖେଳିବା ନିଷ୍ପତ୍ତିକୁ ଭୁଲ ଭାବେ କିଛି ପିସିବି ମ୍ୟାନେଜମେଣ୍ଟ ସଦସ୍ୟ ଉପସ୍ଥାପନ କରିଥିବା ଯୋଗୁଁ ।

ବିବାଦ ଆରମ୍ଭ ହୋଇଥିଲା ଯେବେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲି । 2019 କ୍ରିକେଟ ବିଶ୍ବକପ ପରେ ସବୁକିଛି ସ୍ବାଭାବିକ ଥିଲା । କୋଚ ମିକି ଅର୍ଥର ମୋରକ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ ।

ମାତ୍ର ବର୍ତ୍ତମାନ ପିସିବି ମ୍ୟାନେଜମେଣ୍ଟ ଦାୟିତ୍ବରେ ଥିବା କିଛି ସଦସ୍ୟ ଯେବେଠାରୁ କାର୍ଯ୍ୟଭାର ଗ୍ରହଣ କଲେ, ଓ ପାକିସ୍ତାନ ଅଷ୍ଟ୍ରେଲିଆ ରେ ଟେଷ୍ଟ ସିରିଜ ହାରିଲା ସେବେଠାରୁ ଟି-20 ଲିଗ ଖେଳିବାକୁ ଟେଷ୍ଟ କ୍ରିକେଟ ଛାଡିଥିବା ପିସିବି ମ୍ୟାନେଜମେଣ୍ଟ ସଦସ୍ୟ ପ୍ରତିକ୍ରିୟା ରଖିଲେ । ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଓ ଟି-20 ମ୍ୟାଚ ଖେଳିବା ପରିବର୍ତ୍ତେ ଟି-20 ଲିଗ ଖେଳିବା କେବେ କହିନଥିବା ଆମୀର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.