ETV Bharat / sports

‘ଦ୍ରାବିଡଙ୍କ କଥା ଆମକୁ ଜୀବନ୍ତ ଅନୁଭବ କରାଇଲା’ - ରାହୁଲ ଦ୍ରାବିଡ

2007 ବିଶ୍ବକପର ଗ୍ରୁପ ପର୍ଯ୍ୟାୟରୁ ବାହାରି ଯିବା ପରେ ହତାଶ ହୋଇଥିବା ଇରଫାନ ଓ ଧୋନିଙ୍କର ମନୋବଳକୁ ଦ୍ରାବିଡ କିପରି ବଢ଼ାଇଥିଲେ ତାହା କହିଲେ ଇରଫାନ ପଠାନ । ଅଧିକ ପଢ଼ନ୍ତୁ...

Rahul Dravid, Dravid lifted MS Dhoni and Irfan Pathan's spirits, 2007 WC exit, ଦ୍ରାବିଡଙ୍କ କଥା ଆମକୁ ଜୀବନ୍ତ ଅନୁଭବ କରାଇଲା, ଇରଫାନ ଓ ଧୋନିଙ୍କର ମନୋବଳ ବଢ଼ାଇଥିଲେ ଦ୍ରାବିଡ, ରାହୁଲ ଦ୍ରାବିଡ, ଇରଫାନ ପଠାନ
‘ଦ୍ରାବିଡଙ୍କ କଥା ଆମକୁ ଜୀବନ୍ତ ଅନୁଭବ କରାଇଲା’
author img

By

Published : Jun 1, 2020, 6:57 PM IST

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ଭାରତ ପାଇଁ ଖେଳିଥିବା ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଭାବରେ ପରିଗଣିତ ହୋଇଛନ୍ତି। ଟେଷ୍ଟରେ 13,000 ରୁ ଅଧିକ ରନ ଏବଂ ଦିନିକିଆରେ 10,000 ରୁ ଅଧିକ ରନ କରିଥିବା ଦ୍ରାବିଡ 2000 ଦଶକ ପ୍ରାରମ୍ଭରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଏବଂ ବିରନ୍ଦ୍ର ସେହୱାଗଙ୍କ ସହ ଭାରତୀୟ ବ୍ୟାଟିଂ ଲାଇନ ଅପର ଏକ ଅଂଶ ଥିଲେ।

ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଅନେକ ମାଇଲଖୁଣ୍ଟ ହାସଲ କରିଥିବାବେଳେ ଦ୍ରାବିଡ ଜଣେ ମହାନ ଅଧିନାୟକ ଥିଲେ ଏବଂ ତାଙ୍କ ଅଧିନାୟକତ୍ବରେ ଭାରତ କିଛି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଦ୍ରାବିଡ ଭାରତକୁ 21 ବର୍ଷ ପରେ ଇଂଲଣ୍ଡରେ ପ୍ରଥମ ଟେଷ୍ଟ ସିରିଜ ଜିତିବାରେ ସଫଳ କରାଇଥିଲେ । ଏହାସହ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ବିଜୟର ଶ୍ରେୟ ମଧ୍ୟ ତାଙ୍କ ଅଧିନାୟକତ୍ବକୁ ମିଳିଥାଏ । ତାଙ୍କ ଅଧିନାୟକତ୍ବରେ ଭାରତ ରନ ଚେଜ କରି 17 ମ୍ୟାଚ ଜିତିବାର ରେକର୍ଡ କରିଥିଲା ।

ପ୍ରକାଶ ଥାଉକି, ଭାରତୀୟ ଦଳର ଅଧିନାୟକ ଭାବେ ତାଙ୍କର ସବୁଠାରୁ ଖରାପ ପର୍ଯ୍ୟାୟ 2007 ବିଶ୍ବକପ ସମୟରେ ଆସିଥିଲା ​​ଯେଉଁଠାରେ ଭାରତ ଅପ୍ରତ୍ୟାଶିତ ଭାବେ ଗ୍ରୁପ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲା । ପ୍ରଥମ ତିନିଟି ମ୍ୟାଚ ମଧ୍ୟରୁ ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ମ୍ୟାଚରେ ହାରି ବିଶ୍ବକପରୁ ବାହାର ହୋଇଥିଲା ଯାହା ସମସ୍ତଙ୍କୁ ବେଶ୍‌ ଆଘାତ ଦେଇଥିଲା ।

ଦ୍ରାବିଡଙ୍କ ଅଧୀନରେ ସେହି ଭାରତୀୟ ଦଳର ଅଂଶ ଥିବା ପୂର୍ବତନ ଭାରତୀୟ ପେସର ଇରଫାନ ପଠାନ ମନେ ପକାଇ ଦେଇଛନ୍ତି ଯେ ପୂର୍ବତନ ଅଧିନାୟକ କିପରି ତାଙ୍କର ଏବଂ ଏମଏସ ଧୋନିଙ୍କୁ ନିଜର ଜ୍ଞାନ ଦ୍ବାରା ବିଶ୍ବକପ ପରାଜୟର ସେଇ ହତାଶାରୁ ବାହାରିବାକୁ ସାହାଯ୍ୟ କରିଥିଲେ । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଦ୍ରାବିଡ ତାଙ୍କର କିଛି ସାଥୀଙ୍କୁ ଫିଲ୍ମ ଦେଖାଇବା ପାଇଁ ବାହାରକୁ ନେଇଥିଲେ ।

“ଅନେକ ଜାଣନ୍ତି ଯେ ଦାଦା ମୋର ପ୍ରଥମ ଅଧିନାୟକ ଥିଲେ ଏବଂ ସେ ମତେ ବହୁତ ସମର୍ଥନ କରିଥିଲେ। ଅନିଲ କୁମ୍ବଲେ ଭାରତ ପାଇଁ ଆହୁରି ଅନେକ ଖେଳର ଅଧିନାୟକ ହୋଇପାରିଥାନ୍ତେ । ଏମଏସ ଧୋନି ଟିମ ପାଇଁ ସବୁକିଛି ହାସଲ କରିଛନ୍ତି । କିନ୍ତୁ ମୁଁ ଦ୍ରାବିଡଙ୍କ ଅଧୀନରେ ଖେଳିବାକୁ ଭଲ ପାଉଥିଲି, କାରଣ ତାଙ୍କ ଅଧୀନରେ ଉପଯୁକ୍ତ ଯୋଗାଯୋଗ ଥିଲା । ଅନେକ ଦ୍ରାବିଡଙ୍କ ଅଧିନାୟକତ୍ବ ବିଷୟରେ କୁହନ୍ତି ନାହିଁ, ତାଙ୍କ ଅଧୀନରେ ଟାର୍ଗେଟ ଚେଜ କଲାବେଳେ ଆମେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲୁ,’’ ବୋଲି ଇରଫାନ ଏକ ଚାଟ ସୋରେ କହିଥିଲେ ।

“ଆମେ 2007 ବିଶ୍ବକପରୁ ବାହାରିବାର ତିନି ଦିନ ପରେ, ଆମେ ସମସ୍ତେ ଏକ କୋଠରୀରେ ମନଦୁଃଖରେ ବସିଥିଲୁ । ସେତେବେଳେ ଦ୍ରାବିଡ଼ ଆମକୁ ଡାକିଲେ ଏବଂ ଆମେ ‘300’ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲୁ,’’ ବୋଲି ସେ କହିଛନ୍ତି।

ଦ୍ରାବିଡଙ୍କୁ ତାଙ୍କର ପ୍ରିୟ ଅଧିନାୟକ ଭାବରେ ବାଛିଥିବା ଇରଫାନ ପ୍ରକାଶ କରିଛନ୍ତି ଯେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତାଙ୍କୁ ଏବଂ ଧୋନିଙ୍କୁ ଭବିଷ୍ୟତରେ ଭଲ ସୁଯୋଗ ପାଇଁ କିପରି ଆଶ୍ବାସନା ଦେଇଥିଲେ । ଇରଫାନ କହିଛନ୍ତି ଯେ ଦ୍ରାବିଡଙ୍କ କଥା ତାଙ୍କୁ ଜୀବନ୍ତ ଅନୁଭବ କରାଇଥିଲା ।

“କିଛି ସମୟ ପରେ ସେ ମୋତେ କହିଲେ‘ ଇରଫାନ, ଏହା ଶେଷ ନୁହେଁ, ତୁମେ ବହୁତ କ୍ରିକେଟ ଖେଳିଛ ଏବଂ ଭବିଷ୍ୟତରେ ମଧ୍ୟ ଅଧିକ ଖେଳିବ । ଆମେ ହାରିଗଲୁ, ଏହା ଖରାପ ହେଲା, ତୁମେ ଏବଂ ଧୋନି ଭାରତ ପାଇଁ ଅନେକ କ୍ରିକେଟ ଖେଳିବ’। ତାଙ୍କ କଥା ଆମକୁ ଅନୁଭବ କରାଇଲା ଯେ ଆମେ ମରି ନାହୁଁ ଆମେ ଏବେବି ଜୀଇଁଛୁ,” ଇରଫାନ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.