ETV Bharat / sports

ହାପି ବର୍ଥ ଡେ ପେସ କିଙ୍ଗ: ଅବସର ପରେ ବି ଦଳର କ୍ୟାପଟେନ୍

1983 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଲଙ୍କାର ଏହି ଦିଗ୍‌ଜ ବୋଲର ଲସିଥ ମାଲିଙ୍ଗା । ପେସ ଷ୍ଟାର ଭାବେ ପରିଚିତ ମାଲିଙ୍ଗାଙ୍କ ଆଜି ଜନ୍ମଦିନ ।

author img

By

Published : Aug 28, 2019, 11:40 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: 1983 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଲଙ୍କାର ଏହି ଦିଗ୍‌ଜ ବୋଲର ଲସିଥ ମାଲିଙ୍ଗା । ପେସ ଷ୍ଟାର ଭାବେ ପରିଚିତ ମାଲିଙ୍ଗାଙ୍କ ଆଜି ଜନ୍ମଦିନ । 36 ବର୍ଷରେ ପଦର୍ପଣ କରିଛନ୍ତି ମାଲିଙ୍ଗା । ତେବେ ଅବସର ନେଲା ପରେ ବି ଦଳର ଅଧିନାୟକ ପଦ ତାଙ୍କୁ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶ ବିପକ୍ଷ ପ୍ରଥମ ଘରୋଇ ଦିନିକିଆରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମାଲିଙ୍ଗା । ମାତ୍ର ଟି-20 କ୍ରିକେଟ ପାଇଁ ସେ ଉପଲବ୍ଧ ରହିଥିବାରୁ ସେ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଦଳର ଅଧିନାୟକ ପଦରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ଏହି 15 ଜଣିଆ ଦଳରେ ଆଞ୍ଜେଲୋ ମ୍ୟାଥୁଇସ୍‌, ତ୍ରିଶେରା ପରେରାଙ୍କ ପରି ଖେଳାଳିଙ୍କୁ ସ୍ଥାନ ମିଳିପାରି ନାହିଁ । ଆଗାମୀ ସେପ୍ଟେମ୍ବର 1ରୁ ଏହି ସିରିଜ ଖେଳାଯିବ ।

ତେବେ ମାଲିଙ୍ଗା ତାଙ୍କ କ୍ୟାରିଅରରେ ମୋଟ୍‌ 563ଟି ୱିକେଟ ଅକ୍ତିଆର କରିଛନ୍ତି । ଏଥି ମଧ୍ୟରୁ ଟେଷ୍ଟ କ୍ରିକେଟରେ 101, ଦିନିକିଆରେ 338 ଓ ଟି-20 କ୍ରିକେଟରେ 97ଟି ୱିକେଟ ରହିଛି ।

Intro:Body:

hgfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.