ସାଉଥାମ୍ପଟନ: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଜାରି ରହିଛି । ଇଂଲଣ୍ଡର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରଖିଛନ୍ତି ଓପନର ବର୍ଣ୍ଣସ ଓ ସିବଲେ ।
ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ପାର୍ଟନରସିପ ହୋଇଛି । 3ୟ ଦିନର ଅସମାପ୍ତ 15 ରନରୁ ଉଭୟ ଖେଳାଳି ବ୍ୟାଟିଂ ଆରମ୍ଭ କରିଥିଲେ । ଶୁକ୍ରବାର ଶେଷ 10 ଓଭର ଧୈର୍ଯ୍ୟପୂର୍ଣ୍ଣ ଭାବେ ଖେଳିବା ସହ ଦୁଇ ଯୁବ ଓପନର ଇଣ୍ଡିଜ ବୋଲରଙ୍କ ସଫଲ ମୁକାବିଲା କରିଥିଲେ । ଶେଷ ସୂଚନା ଅନୁଯାୟୀ ଇଂଲଣ୍ଡର ସ୍କୋର 61/0 ତେବେ ଆହୁରି ଇଣ୍ଡିଜର ପ୍ରଥମ ଇଂନିସ ସ୍କୋର ଠାରୁ 53 ରନ ପଛରେ ରହିଛି ଘରୋଇ ଦଳ ।
ପ୍ରଥମ ଇଂନିସରେ ହୋଲ୍ଡର ଓ ଗାବ୍ରିଏଲଙ୍କ ଘାତକ ବୋଲିଂର ସାମ୍ନା କରିନପାରି, ଇଂଲଣ୍ଡ ମାତ୍ର 204 କରିପାରିଥିଲା । ଜବାବରେ ଇଣ୍ଡିଜ 318 ରନରେ ଅଲଆଉଟ ହୋଇଥିଲା ।