ନୂଆଦିଲ୍ଲୀ: ଚଳିତ ବର୍ଷର ଟି-20 ବିଶ୍ବକପ ସ୍ଥଗିତ ହେଲେ ନିଶ୍ଚିନ୍ତ ଆଇପିଏଲ ଖେଳିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର । କେବଳ ସେ ଏକାକି ନୁହଁନ୍ତି ବରଂ ଆଇପିଏଲ ଖେଳୁଥିବା ଅନ୍ୟ ସମସ୍ତ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ୱାର୍ଣ୍ଣର ଆଇପିଏଲ ଟିମ ସନରାଇଜରସ ହାଇଦ୍ରାବାଦର କ୍ୟାପଟେନ ରହିଛନ୍ତି ।
![David Warner is very sure of playing IPL if T20 World Cup gets postponed](https://etvbharatimages.akamaized.net/etvbharat/prod-images/12c1d968f5087a830884cb2df8fb5742_2106newsroom_1592718009_266.jpg)
ବିଶ୍ବର ସବୁଠୁ ବ୍ୟୟବହୁଳ ଟି-20 ଲିଗ ଆଇପିଏଲ ଓ ଫଟାଫଟ କ୍ରିକେଟର ମହସମର ଟି-20 ବିଶ୍ବକପକୁ ନେଇ ଅନଶ୍ଚିନ୍ତତା ଲାଗିରହିଛି।
ଜୁନ 10 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଟି-20ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ହେବାର ଥିଲା । ମାତ୍ର ଏହାକୁ ଆସନ୍ତା ମାସ ପର୍ଯ୍ୟନ୍ତ ଟାଳି ଦେଇଛି ଆଇସିସି । ତେବେ ଆଇପିଏଲର ଭାଗ୍ୟ ଟି-20 ବିଶ୍ବକପର ସ୍ଥଗିତ ଘୋଷଣା ଉପରେ ନିର୍ଭର କରୁଛି । ଫଳରେ ବିସିସିଆଇ ପକ୍ଷରୁ ଆଇସିସିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ମଧ୍ୟରେ 16ଟି ଟିମକୁ ନେଇ ଅକ୍ଟୋବର-ନଭେମ୍ବରରେ ଟି-20 ବିଶ୍ବକପ ଖେଳାଯିବା ଅବାସ୍ତବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଚେୟାରମ୍ୟାନ ।