ETV Bharat / sports

ସୁରେଶ ରାଇନାଙ୍କ ମାମୁଁଙ୍କୁ ହତ୍ୟା, ପରିବାରର ଅନ୍ୟ 3 ଗୁରୁତର - Suresh Raina's uncle killed

ଗତ ଅଗଷ୍ଟ 19 ତାରିଖ ରାତିରେ ପଠାନକୋଟ ଜିଲ୍ଲାର ମାଧୋପୁର ନିକଟସ୍ଥ ଥାରିଆଲ ଗ୍ରାମରେ ଏହି ଘଟଣା ଘଟିଥିଲା । ଡକାୟତମାନେ ମାରାତ୍ମକ ଅସ୍ତ୍ରରେ ତାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିଲେ ।

ସୁରେଶ ରାଇନାଙ୍କ ମାମୁଁଙ୍କୁ ହତ୍ୟା, ପରିବାରର ଅନ୍ୟ 3 ଗୁରୁତର

author img

By

Published : Aug 29, 2020, 9:09 PM IST

ଚଣ୍ଡିଗଡ଼: ପଞ୍ଜାବ ସହରରେ ବାସ କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ 58 ବର୍ଷୀୟ ମାମୁଁଙ୍କ ମୃତ୍ୟୁ ହୋଇଯାଇଛି । ଗତ 19 ତାରିଖ ଦିନ ତାଙ୍କ ଓ ତାଙ୍କ ପରିବାର ଉପରେ ହୋଇଥିବା ଲୁଟେରାଙ୍କ ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ତେବେ ସ୍ଥାନୀୟ ଅଞ୍ଚଳର କୁଖ୍ୟାତ 'କାଲେ କାଚେୱାଲା' ଗ୍ୟାଙ୍ଗର 4ଜଣ ସଦସ୍ୟ ରାଇନାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିଲେ । ସେମାନେ ଘରର ଛାତରେ ଶୋଇଥିବାବେଳେ ଏହି ଆକ୍ରମଣ ହୋଇଥିଲା ବୋଲି ପୋଲିସ କହିଛି । ଗତ ଅଗଷ୍ଟ 19 ତାରିଖ ରାତିରେ ପଠାନକୋଟ ଜିଲ୍ଲାର ମାଧୋପୁର ନିକଟସ୍ଥ ଥାରିଆଲ ଗ୍ରାମରେ ଏହି ଘଟଣା ଘଟିଥିଲା । ଡକାୟତମାନେ ମାରାତ୍ମକ ଅସ୍ତ୍ରରେ ତାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିଲେ ।

ତେବେ ତାଙ୍କ ମାମୁଁଙ୍କ ନାମ ଅଶୋକ କୁମାର ବୋଲି ଜଣାପଡିଛି । ସେ ଜଣେ ସରକାରୀ କଣ୍ଟ୍ରାକ୍ଟର । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କ 80 ବର୍ଷ ବୟସ୍କା ମାତା ସତ୍ୟ ଦେବୀ, ତାଙ୍କ ପତ୍ନୀ ଆଶା ଦେବୀ, ପୁଅ- ଆପିନ ଏବଂ କୌଶଲ ମଧ୍ୟ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି । ଜାଣିବାକୁ ମିଳିଛି ଯେ ରାଇନାଙ୍କ ପିତାଙ୍କ ଭଉଣୀ ଆଶା ଦେବୀ ବଞ୍ଚିବା ପାଇଁ କଠିନ ସଂଘର୍ଷ କରୁଛନ୍ତି।

ଏହାପୂର୍ବରୁ ସିଏସକେ ସିଇଓ କେ.ଏସ୍ ବିଶ୍ୱନାଥନ ଏକ ଟୁଇଟରେ କହିଛନ୍ତି ଯେ, ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏବଂ ଆଇପିଏଲ ସିଜିନର ଅବଶିଷ୍ଟ ମ୍ୟାଚରୁ ବଞ୍ଚିତ ହେବେ । ଏହି ସମୟ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ସୁରେଶ ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.