ନୂଆଦିଲ୍ଲୀ: ଗତକାଲି (ମଙ୍ଗଳବାର) ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ କ୍ରିକେଟ ବୋର୍ଡ ଉପରୁ ପ୍ରଶାସନିକ କମିଟି (ସିଓଏ) ରାଜ ଉଚ୍ଛେଦ କରାଯାଇଛି । ତେବେ ଏହି କମିଟିର ମୁଖ୍ୟ ବିନୋଦ ରୟ ଏବଂ ଡାଏନା ଇଦୁଲ୍ଜୀ 33ମାସର କାର୍ଯ୍ୟକାଳ ପାଇଁ 3.62 କୋଟି ପାଇବେ । ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ପୈଠ କରିବ ।
ତେବେ 2017 ଜାନୁୟାରୀରେ ନିଯୁକ୍ତି ପାଇବା ପର ଠାରୁ ରୟ ଏବଂ ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍ଜୀ ଜଣକ ପିଛା ମାସିକ ପାଉଣା 10 ଲକ୍ଷ ଟଙ୍କା ରହିଥିଲା। ସେହିପରି 2018 ଏବଂ 2019ରେ ସେମାନଙ୍କ ପାଇଁ ଯଥାକ୍ରମେ 11ଲକ୍ଷ ଓ 12 ଲକ୍ଷ ଦରମା ରଖାଯାଇଥିଲା । ଫଳରେ ଏମାନେ ଏହି ହିସାବ ଅଧାରରେ ତାଙ୍କ ଦରମା ପାଇବେ।