ETV Bharat / sports

ବିଶ୍ବକପରେ ଭାରତ ହାରିବା ପରେ କାନ୍ଦିଥିଲେ ଏହି ଫାଷ୍ଟ ବୋଲର - କ୍ରିକେଟ ଖବର

ପିଲାଟି ଦିନରୁ ହିଁ କ୍ରକେଟ ପ୍ରତି ଭୁବନେଶ୍ବର କୁମାରଙ୍କ ଦୁର୍ବଳତା ରହିଛି । 1999 ମସିହା ବିଶ୍ବକପରେ ଭାରତ ଯେତେବେଳେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା, ସେ କାନ୍ଦିବା ଆରମ୍ଭ କରି ଦେଇଥିଲେ। ଅଧିକ ପଢ଼ନ୍ତୁ...

bhubaneswar kumar cried after newzeland defeated india in 1999 world cup
ବିଶ୍ବକପରେ ଭାରତ ହାରିବା ପରେ କାନ୍ଦିଥିଲେ ଏହି ଫାଷ୍ଟ ବୋଲର
author img

By

Published : Feb 5, 2021, 10:56 PM IST

ନୂଆଦିଲ୍ଲୀ: ଆହତଜନିତ ସମସ୍ୟା ଯୋଗୁଁ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି ଭାରତୀୟ ମିଡିୟମ ପେସ୍ ବୋଲର ଭୁବନେଶ୍ବର କୁମାର। ତେବେ ସେ କ୍ରିକେଟ ପଡ଼ିଆକୁ ଓହ୍ଲାଇବାକୁ ଆତୁର ହୋଇ ରିହଛନ୍ତି। ପିଲାଟି ଦିନରୁ ହିଁ କ୍ରକେଟ ପ୍ରତି ଭୁବନେଶ୍ବର କୁମାରଙ୍କ ଦୁର୍ବଳତା ରହିଛି। ଏହାକୁ ନେଇ ଭୁବନେଶ୍ବର କୁମାର କହିଛନ୍ତି ଯେ, 1999 ମସିହା ବିଶ୍ବକପରେ ଭାରତ ଯେତେବେଳେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା, ସେ କାନ୍ଦିବା ଆରମ୍ଭ କରି ଦେଇଥିଲେ।

ଏକ ସାକ୍ଷାତକାରରେ ଭୁବନେଶ୍ବର କୁମାର କହିଛନ୍ତି ଯେ, "ପିଲାଟି ବେଳୁ ହିଁ ମୁଁ କ୍ରିକେଟ ପ୍ରତି ଆଗ୍ରହୀ ଥିଲି। ମୋର ଏବେ ବି ମନେ ଅଛି, 1999 ମସିହାରେ ଇଂଲଣ୍ଡରେ ବିଶ୍ବ କପ ଆୟୋଜନ ହୋଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ ଚାଲିଥାଏ। ମୁ ସେତେବେଳେ ମୋ ଭଉଣୀ ସହ ମ୍ୟାଚ ଦେଖୁଥିଲି। କିନ୍ତୁ ଯେତେବେଳେ ଭାରତ ଏହି ମ୍ୟାଚ ହାରି ଯାଇଥିଲା ମୁଁ ବହୁତ କାନ୍ଦିଥିଲି। ସେହି ସମୟକୁ ମୁଁ କେବେ ଭୁଲି ପାରିବି ନାହିଁ। ସେବେଠାରୁ ହିଁ କ୍ରିକେଟ ପ୍ରତି ମୋର ଜୋଶ ବଢ଼ି ଯାଇଥିଲା।"

ଗଳି କ୍ରିକେଟ ନିଜ କ୍ରିକେଟ ଜୀବନ ଆରମ୍ଭ କରିଛନ୍ତ ଭୁବନେଶ୍ବର କୁମାର। ସେତେବେଳେ ସେ କେବେ ଭାବି ନଥିଲେ ଯେ, ସେ ଜଣେ ଭଲ ବୋଲର ହୋଇ ପାରିବେ। ତାଙ୍କୁ ଜଣେ ପ୍ରଶିକ୍ଷକ, ବୋଲର ହେବାନେଇ ବାଟ ଦେଖାଇଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର କୁମାର।

ଏହାକୁ ନେଇ ଭୁବନେଶ୍ବର କୁମାର କହିଛନ୍ତି ଯେ, "ଗଳି କ୍ରିକେଟରେ ସଭିଏଁ ଜଣେ ଲେଖାଏଁ ଅଲରାଉଣ୍ଡର। ଯେତେବେଳେ ମୁଁ ପ୍ରଥମେ ଭଉଣୀ ସହ କ୍ରିକେଟ ଏକାଡେମୀକୁ ଯାଇଥିଲି। ସେତେବେଳେ କୋଚ ବ୍ୟାଟ୍ସମ୍ୟାନ କିମ୍ବା ବୋଲର ହେବା କଥା ପଚାରିଥିଲେ, ମୁ ସେତେବେଳେ ସବୁ କିଛି କରିବି ବୋଲି କହିଥିଲି। ଏହାପରେ ସେ ମୋ ହାତରେ ବଲ ଦେଇ ଅଭ୍ୟାସ କରିବାକୁ କହିଥିଲେ। ସେବେଠାରୁ ମୁଁ କେବେ ପଛକୁ ଫେରି ଚାହିଁନାହିଁ।"

ଗତବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମ୍ୟାଚ ଖେଳୁଥିବା ବେଳେ ସେ ଆଘାତପ୍ରାପ୍ତ ହୋଇଥିଲେ। ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ 19ତମ ଓଭରରେ କେବଳ ଗୋଟିଏ ବଲ ପକାଇ ପାରିଥିଲେ। ଏହାପରେ ସେ ପଡ଼ିଆ ବାହାରକୁ ଚାଲା ଯାଇଥିଲେ। ବର୍ତ୍ତମାନେ ସେ ବେଙ୍ଗାଲୁରୁ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଛନ୍ତି।

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.