ETV Bharat / sports

ଅରୁଣ ଜେଟଲୀ ଷ୍ଟାଡିୟମରେ ହେବ ବିସିସିଆଇ କାର୍ଯ୍ଯାଳୟ !

author img

By

Published : Mar 31, 2021, 5:56 PM IST

Updated : Mar 31, 2021, 8:33 PM IST

ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହୋଇପାରେ ବିସିସିଆଇର ନୂତନ କାର୍ଯ୍ୟାଳୟ। ଗତ କିଛିଦିନ ପୂର୍ବେ ବିସିସିଆଇ ସଚିବ ଜୟ ଶାହ ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଅରୁଣ ଜେଟଲୀ ଷ୍ଟାଡିୟମ ବୁଲି ଦେଖିଥିଲେ । ଅଧିକ ପଢ଼ନ୍ତୁ...

ଅରୁଣ ଜେଟଲୀ ଷ୍ଟାଡିୟମ ହେବ ବିସିସିଆଇ କାର୍ଯ୍ଯାଳୟ !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହୋଇପାରେ ବିସିସିଆଇର ନୂତନ କାର୍ଯ୍ୟାଳୟ। ଗତ କିଛିଦିନ ପୂର୍ବେ ବିସିସିଆଇ ସଚିବ ଜୟ ଶାହ ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଅରୁଣ ଜେଟଲୀ ଷ୍ଟାଡିୟମ ବୁଲି ଦେଖିଥିଲେ। ଏହି ସମୟରେ ସେ ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲୀଙ୍କ ସହ ମିଶି ଷ୍ଟାଡିୟମରେ ଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ସୂତ୍ର ମୁତାବକ ବିସିସିଆଇ ଦିଲ୍ଲୀରେ ଏକ କାର୍ଯ୍ୟାଳୟ ଖୋଲିବା ନେଇ ବିଚାର କୁରଛି। ଏହାକୁ ନେଇ ଡିଡିସିଏ ପକ୍ଷରୁ ବିସିସିଆଇକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନିଜର ଆଉ ଏକ କାର୍ଯ୍ୟାଳୟ ଖୋଲିବାକୁ ଆମନ୍ତ୍ରଣ ଦିଆଯାଇଥିଲା। ଖାଲି ସେତିକି ନୁହେଁ ବିସିସିଆଇର ଏହି କାର୍ଯ୍ୟାଳୟ ପାଇଁ ଡିଡିସିଏ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ନେଇ ସୂଚନା ମିଳିଛି ।

ବର୍ତ୍ତମାନ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ରହିଛି । ଯେତେବେଳେ ଅନୁରାଗ ଠାକୁର ବିସିସିଆଇର ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ ସେତେବେଳେ ଦିଲ୍ଲୀର ଜନପଥରେ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟ ରହିଥିଲା। କିଛିଦିନ ପରେ ଦକ୍ଷିଣ ଦିଲ୍ଲୀକୁ ଏହା ସ୍ଥାନାନ୍ତର କରାଯାଇଥିଲା। ଏହାପରେ ୱାଙ୍ଖଡ଼େକୁ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ସେହି ସମୟ ପରଠୁ ଆଜିଯାଏଁ ଦିଲ୍ଲୀରେ ବିସିସିଆଇର କୌଣସି କାର୍ଯ୍ୟାଳୟ ନାହିଁ । ତେବେ ବର୍ତ୍ତମାନ ରାଜଧାନୀରେ ପୁନଃ ବିସିସିଆଇ କାର୍ଯ୍ୟାଳୟ କରିବାକୁ ଯୋଜନା କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2021, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.