ETV Bharat / sports

Asia Cup 2023: କାହିଁକି ବିଳମ୍ବ ହେଉଛି ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାରଣ

author img

By

Published : Aug 16, 2023, 3:52 PM IST

ଏସିଆ କପ 2023ରେ ଖେଳିବାକୁ ଥିବା ଭାରତୀୟ ଦଳର ଘୋଷଣାରେ ଜାଣିଶୁଣି ବିଳମ୍ଭ କରାଯାଉଛି । ଏହା ପଛରେ କଣ କାରଣ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Asia Cup 2023
ଏସିଆ କପ 2023

ନୂଆଦିଲ୍ଲୀ: ଚଳିତ ମାସ ଅଗଷ୍ଟ 30ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି । ସମୟ ଯେତିକି ନିକଟ ହେଉଛି ଟୁର୍ଣ୍ଣାମେଣ୍ଟରେ ସାମିଲ ଥିବା ଅନ୍ୟ ଦଳ ସେମାନଙ୍କ ଟିମ ଘୋଷଣା କରୁଛନ୍ତି । ଏସିଆ କପକୁ ଆଉ ମାତ୍ର ହାତ ଗଣତି ଦିନ ଥିଲେ ସୁଦ୍ଧା ଏ ଯାଏଁ ଭାରତୀୟ ଦଳ ଘୋଷଣା ହୋଇନାହିଁ । କାହିଁକି ଦଳ ଘୋଷଣାରେ ବିଳମ୍ବ ହେଉଛି । ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କୁହାଯାଉଛି କି ଭାରତୀୟ ଟିମ ଘୋଷଣା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଆରମ୍ଭ ହେବାକୁ ଥିବା ଶିବିରରେ କରାଯିବ । ଜାଣିଶୁଣି ଦଳ ଘୋଷଣାରେ ବିଳମ୍ବ କରାଯାଉଛି କାରଣ ୱିକେଟକିପର କେଏଲ ରାହୁଲ ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟାରଙ୍କ ଫିଟନେସ ଯାଞ୍ଚ କରାଯାଇ ପାରିବ ।

ଯଦି କେଏଲ ରାହୁଲ କିମ୍ବା ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣେ ଏସିଆ କପ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ସଞ୍ଜୁ ସାମସନ, ତିଲକ ବର୍ମା ଓ ଇଷାନ କିସନଙ୍କୁ ସ୍ଥାନ ମିଳିପାରେ । ଏହା ସହିତ ଏସିଆ କପ ପାଇଁ ବିଳମ୍ବ ହେବା କାରଣ ରହିଛି ଭାରତର ଆୟର୍ଲାଣ୍ଡ ଗସ୍ତ । ଆସନ୍ତା 18 ତାରିଖରୁ ଭାରତ ଆୟର୍ଲାଣ୍ଡ ବିପକ୍ଷରେ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ତେଣୁ ଏହା ପୂର୍ବରୁ ଦଳ ଘୋଷଣା ହୋଇନପାରେ । ଯଦି ଆୟର କି ରାହୁଲ ଫିଟ ନ ହୁଅନ୍ତି ତେବେ ତିଲକ ବର୍ମାଙ୍କ ଟିମରେ ଏଣ୍ଟ୍ରୀ ସମ୍ଭାବନା ଅଧିକ ।

ଏହା ବି ପଢନ୍ତୁ...Asia Cup 2023: ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ

ଏହା ବି ପଢନ୍ତୁ...Asia Cup 2023: ଟିମ୍‌ ଇଣ୍ଡିଆରେ ସାମିଲ ହେବେନି ସାମସନ !

ଏହା ବି ପଢନ୍ତୁ...Asia Cup 2023: ଅଗଷ୍ଟ 30ରୁ ଆରମ୍ଭ, ସେପ୍ଟେମ୍ବର 2ରେ ଭାରତ-ପାକ୍ ମୁକାବିଲା

ପ୍ରକାଶ ଥାଉ କି, ଅଗଷ୍ଟ 30ରୁ ଏସିଆ କପର 16ତମ ସଂସ୍କରଣ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର 17 ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଫାଇନାଲ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚ ନେପାଳ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ସେପ୍ଟେମ୍ବର 2 ତାରିଖରେ କାଣ୍ଡିରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ମୋଟ 6ଟି ମ୍ୟାଚ ଖେଳାଯିବ । ପ୍ରତି ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ଭାରତ ତାର ଗ୍ରୁପ ପର୍ଯ୍ୟାୟର ଦୁଇଟି ଯାକ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ହାଇବ୍ରିଡ ଫର୍ମାଟରେ ଏସିଆ କପରେ ସମସ୍ତ 13ଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.