ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ଦୀପିକା କକ୍କର ଓ ସୋଏବ ଇବ୍ରାହିମ ଅନ ସ୍କ୍ରିନ ପପୁଲାର ଯୋଡି ହେବା ବ୍ୟତୀତ ଅଫ ସ୍କ୍ରିନ ମଧ୍ୟ ଫ୍ୟାନ୍ସଙ୍କ ପସନ୍ଦୀୟ କପଲଙ୍କ ମଧ୍ୟରୁ ଅନ୍ୟତମ । ଲକଡାଉନ ହେତୁ ଦୁହେଁ ୟୁଟ୍ୟୁବ ଜରିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ସୋଏବଙ୍କୁ କିଛି ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ଯାହା ଉପରେ ପ୍ରତିକ୍ରିୟା ରଖି କଡା ଜବାବ ଦେଇଛନ୍ତି ପତ୍ନୀ ଦୀପିକା ।
କଥାଟି ହେଲା ନିକଟରେ ‘ସସୁରାଲ ସିମର କା’ ଧାରାବାହିକରେ ପୁଣିଥରେ ସାମିଲ ହୋଇଥିଲେ ଦୀପିକା । ଯାହାପାଇଁ ସୁଟିଂ କରିବାକୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା । ଏହି କଥା ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନଥିଲା ଯେ ଲକଡାଉନ ସମୟରେ ସୋଏବ ଘରେ ଅଛନ୍ତି ଆଉ ଦୀପିକା କାମ କରିବାକୁ ବାହାରକୁ ଯାଉଛନ୍ତି ।
କିଛି ଟ୍ରୋଲର୍ସ ଏହା ମଧ୍ୟ କହିଥିଲେ ଯେ ଦୀପିକାଙ୍କ ଟଙ୍କାରେ ଚଳୁଛନ୍ତି ସୋଏବ । ଏହି କଥାରେ ଦୀପିକା କ୍ରୋଧିତ ହୋଇ ସୋଏବଙ୍କ ସହ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଜବାବ ଦେଇଛନ୍ତି । ସେହିପରି ଦୀପିକା କହିଛନ୍ତି, ‘କିଛି ଲୋକ ମୋ ସ୍ବାମୀଙ୍କୁ ଏହା କହି ଟ୍ରୋଲ କରୁଛନ୍ତି ଯେ ମତେ କାମ ପାଇଁ ସେ ବାହାରକୁ ପଠାଉଛନ୍ତି । ଆଉ ଘରେ ବସି ମୋ ଟଙ୍କାରେ ସେ ଚଳୁଛନ୍ତି। ଯାହା ଠିକ୍ କଥା ନୁହେଁ । ଏଭଳି ଚିନ୍ତାଧାରା ରଖୁଥିବା ଲୋକଙ୍କ ଉପରେ ମତେ ଦୟା ଆସୁଛି ।’
ପ୍ରକାଶ ଥାଉକି ଏହି ଭିଡିଓଟି ଗତ 6 ତାରିଖର । ହେଲେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="">