ମୁମ୍ବାଇ: ଟେଲି ଜଗତର ଲୋକପ୍ରିୟ ଯୋଡି ଜୟ ଭାନୁଶାଲୀ ଓ ମାହି ବିଜଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଦୁଇଜଣ ଏବେ ଫ୍ୟାମିଲ ଆରମ୍ଭ କରିବାକୁ ପ୍ଲାନିଂ କରିସାରିଛନ୍ତି । ନିକଟରେ ଏହି ଯୋଡି ନିଜ ନିଜ ସୋସିଆଲ ମିଡିଆରେ ଘୋଷଣା କରିଥିଲେ କି ସେ ଖୁବ୍ ଶୀଘ୍ର ପିତାମାତା ହେବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ଜୟ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ଫଟୋ ଦେଖିବାକୁ ମିଳୁଛି । ଯେଉଁଥିରକେ ମାହି, ଜୟଙ୍କ ବ୍ୟତୀତ ଏକ ଶୂନ୍ୟସ୍ଥାନ ଦେଖିଯାଉଛି । ଏହାସହ ସେଠାରେ ଲେଖା ହୋଇଛି, "କମିଙ୍ଗ ସୁନ 2019 ।" ଫଟୋଟିକୁ ସେୟାର କରି କ୍ୟାପସନରେ ଜୟ ଲେଖିଛନ୍ତି, "9 ମାସର ଯନ୍ତ୍ରଣା ଏବଂ ପୁରା ଜୀବନର ଖୁସି, 9 ମାସର ସିକନେସ ଏବଂ ପୁରା ଜୀବନର ସ୍ନେହ । ଥାଙ୍କ୍ୟୁ ମାହି ଆମର ପ୍ରଥମ ସନ୍ତାନ ପାଇଁ । କମିଂଗ ସୁନ 2019।"
- " class="align-text-top noRightClick twitterSection" data="
">
ଅନ୍ୟପଟେ ମାହି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଲେଖିଥିଲେ, "ଗୋଟିଏ ଝିଅ ଥିଲା ଯାହାକୁ ଜଣେ ପୁଅ ମିଳିଲା, ଦୁଇଜଣ ଖୁସି ଖୁସି ରହୁଥିଲେ ପୁଣି ଦୁଇଜଣ ତିନି ହୋଇ ଦୁଇଗୁଣ ଖୁସିରେ ଜୀବନ ସାରା ରହିବେ ।" ଦୁଇଜଣଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୋସିଆଲ ମିଡିଆରେ ଦୁଇଜଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଦେବାରେ ଲାଗିପଡିଛନ୍ତି ୟୁଜର୍ସ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ମାହି ଓ ଜୟ 2011ରେ ବିବାହ କରିଥିଲେ । ବିବାହର 8 ବର୍ଷ ପରେ ଗର୍ଭବତୀ ଅଛନ୍ତି ମାହି । ଯାହାକୁ ନେଇ ପୁରା ପରିବାର ଖୁବ୍ ଉତ୍ସାହିତ ।