କଟକ: ଜିଲ୍ଲାର ସବୁ ମନ୍ଦିରର ପୂଜକଙ୍କ ପାଇଁ ଏକ ସ୍ବତନ୍ତ୍ର ଟିକା କ୍ୟାମ୍ପ ହେଉ ବୋଲି କହିଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ। କାହିଁକି ନାଁ ଅଧିକାଂଶ ପୂଜକଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ ଏବଂ ସେମାନଙ୍କୁ ଜଣାନାହିଁ ନାହିଁ କିପରି ହେଉଛି ସ୍ଲଟ ବୁକିଂ।
ଆଗକୁ ଆସୁଛି ପର୍ବ, ପର୍ବାଣୀ । ଯେଉଁଥିରେ ଲୋକେ ନିଜ ନିଜ ଘରକୁ ପୂଜକଙ୍କୁ ଡାକି ଘରେ ପୂଜା ଅର୍ଚ୍ଚନା କରିଥାନ୍ତି । ଯେହେତୁ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ଏନେଇ ଶ୍ରୀତମ ନିବେଦନ କରିଛନ୍ତି ଏକ କ୍ୟାମ୍ପ କରି ପୂଜକମାନଙ୍କୁ ଟିକା ଦେବା ପାଇଁ।
ତେବେ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ଯଦି ଏହି ଦିଗରେ ଧ୍ୟାନ ଦେବେ ତେବେ ହୁଏତ କୋଭିଡ ସଂକ୍ରମଣ ଦିଗକୁ ରୋକିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ