ମୁମ୍ବାଇ: କର୍ଣ୍ଣାଟକର ଜଣେ 25 ବର୍ଷୀୟ ଯୁବକ କୋଡିଡୋଡି ଗ୍ରାମରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସର ସୂଚନାନୁସାରେ ମୃତକଙ୍କ ନାମ ରାମକୃଷ୍ଣ ବୋଲି ଜଣାପଡିଛି। ସେ ‘କେଜିଏଫ’ ଷ୍ଟାର ୟଶଙ୍କ ବଡ ପ୍ରଶଂସକ ।
ରାମକୃଷ୍ଣଙ୍କ ଦ୍ବାରା କନ୍ନଡରେ ଲେଖାଯାଇଥିବା ଏକ ଆତ୍ମହତ୍ୟା ନୋଟ ପୋଲିସ ଜବତ କରିଛି । ଯେଉଁଥିରେ ସେ ଦୁଇଟି ଶେଷ ଇଚ୍ଛା ଉଲ୍ଲେଖ କରିଛନ୍ତି । ସେ ଉଭୟ ସିଦ୍ଧରମୈୟା ଏବଂ ଅଭିନେତା ୟଶଙ୍କର ବଡ ପ୍ରଶଂସକ ବୋଲି ଜଣାଇବା ସହ ତାଙ୍କର ଶେଷ ଇଚ୍ଛା ଥିଲା ଯେ ତାଙ୍କ ଶେଷକୃତ୍ୟରେ ଏହି ଦୁଇଜଣ ଉପସ୍ଥିତ ରହନ୍ତୁ ।
ସେ ଜୀବନରେ ସବୁ କାର୍ଯ୍ୟରେ ବିଫଳ ହେବା ସହ ପ୍ରେମରେ ଧୋକା ପାଇଛନ୍ତି । ଆଉ ମା’ ବାପାର ଭଲ ପୁଅ କିମ୍ବା ଭାଇର ଭଲ ଭାଇ ହୋଇପାରିଲେ ନାହିଁ । ଏଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି । ଆଉ ତାଙ୍କ ଆତ୍ମହତ୍ୟା ପାଇଁ ମଧ୍ୟ କେହି ଦାୟୀ ନୁହଁନ୍ତି ବୋଲି ନୋଟରେ ଲେଖିଛନ୍ତି ରାମକୃଷ୍ଣ ।
@IANS