ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଦୁଇଟି ରାଜ୍ୟର ପୋଲିସ ତଦନ୍ତ କରୁଛନ୍ତି । ଏହି ମାମଲାରେ ଉଭୟ ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସ ବିଭିନ୍ନ ଉପାୟରେ ଅନୁସନ୍ଧାନ କରୁଛନ୍ତି । କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଏକ୍ସ ଅଫିସ ବୟ ରିଆଙ୍କୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କରିଥଲେ ।
ସେ କହିଥିଲେ, ରିୟା ସୁଶାନ୍ତଙ୍କ ଉପରେ କଳା ଯାଦୁ କରୁଥିଲେ ।
ଏହାପରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର କିଛି ବିବରଣୀ ସାମ୍ନାକୁ ଆସିଛି ।
ସୂଚନାଅନୁଯାୟୀ, 2019 ରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୂଜା ସାମଗ୍ରୀ କିଣିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହୋଇଥିଲା ।
ଏହି ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିବା ବିବରଣୀ ଅନୁଯାୟୀ, ସୁଶାନ୍ତଙ୍କ ମୁମ୍ବାଇର ବାନ୍ଦ୍ରା ପାଲି ହିଲ ଅଞ୍ଚଳରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଏକ ସେଭିଂ ଆକାଉଣ୍ଟ ଥିଲା । ଏହା ସାମ୍ନାକୁ ଆସିଛି ଯେ 2019 ରେ ବିଭିନ୍ନ ମାସରେ ପୂଜା ସାମଗ୍ରୀ କିଣିବା, ପୁରୋହିତଙ୍କ ଦକ୍ଷିଁଣା ଦେବା ପାଇଁ ଏହି ସେଭିଂ ଆକାଉଣ୍ଟରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି ।
ଇଟିଭି ଭାରତ ଦ୍ୱାରା ବ୍ୟାଙ୍କ ବିବରଣୀ ଅନୁଯାୟୀ, ଅଗଷ୍ଟ 2019ରେ ପୂଜା ସାମଗ୍ରୀ ପାଇଁ 86 ହଜାର ଖର୍ଚ୍ଚ ହୋଇଥିଲା । 8 ଅଗଷ୍ଟ 2019 ରେ ପୂଜା କରୁଥିବା ପୁରୋହିତଙ୍କୁ 11000 ହଜାର ଟଙ୍କା ଦିଆଯାଇଥିଲା । 15 ଅଗଷ୍ଟ 2019ରେ ପୂଜା ସାମଗ୍ରୀ ପାଇଁ 60 ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।
14 ଅଗଷ୍ଟ 2019ରେ 5 ଲକ୍ଷ 277 ହଜାର 77 ଫିରୋଜ ଅହମ୍ମଦ ଶେଖଙ୍କୁ ଏକ ଚେକ୍ ଦିଆଯାଇଥଲା । 2019 ମସିହାରେ ସୁଶାନ୍ତ କେବଳ ପୂଜା ସାମଗ୍ରୀ ପାଇଁ ମୋଟ 2 ଲକ୍ଷ 2 ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।
ପ୍ରକାଶ ଥାଉ କି, 2019 ରେ ଯେତେବେଳେ ସୁଶାନ୍ତ ଡିପ୍ରେସନରେ ଥିଲେ ସେ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ତେବେ ଏହି ପରିସ୍ଥିତିରେ ପୂଜାପାଠ ସାମଗ୍ରୀରେ ଏତେ ଟଙ୍କା କାହିଁକି ଖର୍ଚ୍ଚ ହୋଇଛି ତାହା ବିହାର ପୋଲିସ ଅନୁସନ୍ଧାନ କରୁଛି ।