ETV Bharat / sitara

ବଡ ପରଦାରେ ଫିଲ୍ମ ଦେଖିବାର ମଜା ଭିନ୍ନ: ଖିଲାଡୀ କୁମାର

ବଡ ପରଦା ଓ ମୋବାଇଲ ଫୋନ୍‌ରେ ଫିଲ୍ମ ଦେଖିବାର ପାର୍ଥକ୍ୟ ବିଷୟରେ କହିଲେ ଅକ୍ଷୟ । ତାଙ୍କ ଅନୁଯାୟୀ ସିନେମାହଲରେ ଫିଲ୍ମ ଦେଖିବାର ମଜା କିଛି ଭିନ୍ନ । ଯାହା ମୋବାଇଲ ଫୋନ୍ କିମ୍ବା ଟିଭିରେ ନଥାଏ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Nov 16, 2020, 8:25 AM IST

Updated : Nov 16, 2020, 9:13 AM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ନିକଟରେ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ହେଲେ ଅକ୍ଷୟ ଫ୍ୟାନ୍ସଙ୍କ ମନ କିଣିଛି ଫିଲ୍ମ । ଇତିମଧ୍ୟରେ ବଡ ପରଦାରେ ଫିଲ୍ମର ଦେଖିବାକ ଅନୁଭୂତି ସେୟାର କରି ଚର୍ଚ୍ଚା ଅକ୍ଷୟ । ତାଙ୍କ ଅନୁଯାୟୀ ସିନେମାହଲରେ ଫିଲ୍ମ ଦେଖିବାର ଅନୁଭୂତିକୁ କୌଣସି ପ୍ଲାଟଫର୍ମ ରିପ୍ଲେସ କରିପାରିବ ନାହିଁ ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଏହା ବିଷୟରେ ଆଲୋଚନା କରି ସେ କହିଥିଲେ, ‘ପାର୍ଥକ୍ୟ ତ ନିହାତି ଅଛି । ବଡ ପରଦାରେ ଫିଲ୍ମ ଦେଖିବା ଭଳି ଅନୁଭବ ଘରେ ବସି ଟିଭି ଦେଖିବା କିମ୍ବା ମୋବାଇଲ ଦେଖିବାରେ ନଥାଏ । ବଡ ପରଦାରେ ସିନେମା ଦେଖିବାର ଏକ ଆକର୍ଷଣ ଅଛି | ଯେପରି ଏହି ସାକ୍ଷାତକାର ଫୋନରେ କିମ୍ବା ଭର୍ଚୁଆଲ ହୋଇଥିଲେ ସେତିକି ମଜା ଲାଗିନଥାଆନ୍ତା ଯେମିତି ଫେସ୍ ଟୁ ଫେସ୍ କଥାବାର୍ତ୍ତା ହେବାରେ ଲାଗୁଛି ।’

ଖାଲି ଏତିକି ନୁହେଁ ସେ କୋଭିଡ-19 ବିଷୟରେ ମଧ୍ୟ କହିଥିଲେ ଯେ ପରସ୍ପର ସହ ସାକ୍ଷାତ କରିବା ଏହି ସମୟରେ କଷ୍ଟସାଧ୍ୟ । ସମୟ ଯେମିତି ଚାଲିଛି ଆମକୁ ମଧ୍ୟ ଠିକ୍ ସେମିତି ଚାଲିବାକୁ ପଡିବ । ଏହି ସବୁ ଜିନିଷକୁ ଆମକୁ ଗ୍ରହଣ କରିବାକୁ ହେବ । ଯେପରି ଘରେ କାମ କରିବା । ସେହିପରି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ନେଇ ଆମକୁ ଖୁସି ହେବା ଦରକାର ।

Last Updated : Nov 16, 2020, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.