ETV Bharat / sitara

ଚୀନ ସେନାଙ୍କୁ ଘରକୁ ପଠାଇବେ ସୋନୁ ! - ସୋନୁଙ୍କ ଏକ ନୂଆ ଟ୍ବିଟ ଭାଇରାଲ

ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋନୁଙ୍କ ଏକ ନୂଆ ଟ୍ବିଟ । ଯେଉଁଥିରେ ସେ ଚୀନ ସେନାଙ୍କ ଡିଟିଲ୍ସ ମାଗିଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
author img

By

Published : Jun 10, 2020, 6:49 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ଲକଡାଉନରେ ଅନ୍ୟ ଅନ୍ୟ ସହରେ ଫସିଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କ ନିଜ ନିଜ ଘରେ ପହଞ୍ଚାଇବାରେ ଲାଗିଛନ୍ତି । ପାଖାପାଖି ଦୁଇ ମାସରୁ ସେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏଯାବତ ସେ ହଜାର ହଜାର ଲୋକଙ୍କୁ ନିଜ ନିଜ ଘରେ ପହଞ୍ଚାଇସାରିଲେଣି । ତାଙ୍କ ଏହି ମହାନ କାର୍ଯ୍ୟର ସବୁ ମହଲରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା । ଲାଗୁଛି ଯେ ଏବେ ଦେଶବାସୀଙ୍କ ବ୍ୟତୀତ ସେ ଚୀନବାସୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବେ । କାରଣ ନିକଟରେ ଏମିତି କିଛି ସୋସିଆସଲ ମିଡିଆରେ ଦେଖିବାକୁ ମିଳିଥିଲା ।

କଥାଟି ହେଲା ଯେ ଭାରତ-ଚୀନ ସୀମାରେ ଏହି ସମୟରେ ସମସ୍ୟା ଦେଖାଯାଉଛି । ଏହାକୁ ଆଧାର କରି ଜଣେ ବ୍ୟକ୍ତି ଟ୍ବିଟ କରି ଲେଖିଥିଲେ, ‘ମୋ ବିଚାର ଯେ ସୋନୁଙ୍କୁ ଲଦ୍ଦାଖ ପଠାଇବା କଥା । ଯାହାଦ୍ବାରା ସେ ଚୀନ ସେନାଙ୍କୁ ସୁରକ୍ଷିତ ରୂପେ ଘରକୁ ପଠାଇପାରିବେ।’

ତାଙ୍କ ଏହି ଟ୍ବିଟର ଶାନଦାର ଜବାବ ଦେଇ ସୋନୁ କହିଥିଲେ ଚୀନ ଲୋକଙ୍କ ଡିଟେଲ୍ସ ପଠାଆନ୍ତୁ । ହୁଏତଃ ସୋନୁ ଏହି ଟ୍ବିଟ ମଜାକରେ କରିଥାଇ ପାରନ୍ତି । ହେଲେ ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.