ETV Bharat / sitara

film Sukhi: ସୁଖୀର ସୁଟିଂ ଆରମ୍ଭ କଲେ ଶିଳ୍ପା ଶେଟ୍ଟୀ, ସେୟାର କଲେ ପୋଷ୍ଟର

author img

By

Published : Mar 2, 2022, 3:46 PM IST

ଫିଲ୍ମ ସୁଖୀର ସୁଟିଂ ଆରମ୍ଭ କଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ପୋଷ୍ଟରରେ ଶିଳ୍ପା ଶେଟ୍ଟୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ସୁଖୀର ସୁଟିଂ ଆରମ୍ଭ କଲେ ଶିଳ୍ପା ଶେଟ୍ଟୀ
ସୁଖୀର ସୁଟିଂ ଆରମ୍ଭ କଲେ ଶିଳ୍ପା ଶେଟ୍ଟୀ

ହାଇଦ୍ରାବାଦ: ଶେରନି, ଛୋରୀ ଏବଂ ଜଲସା ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ପାଇଁ ଯାଇଥିବା ସକ୍ସେସଫୁଲ କୋଲାବୋରେସନ ପରେ, ଟି-ସିରିଜ୍ ଏବଂ ଅବୁଦନ୍ତିଆ ଏଣ୍ଟରଟେନମେଣ୍ଟ ପୁଣି ଥରେ ସୁଖୀ ଫିଲ୍ମ ପାଇଁ ଏକାଠି ଆସୁଛନ୍ତି । ଏହି ଚଳଚ୍ଚିତ୍ର ସହିତ ସୋନଲ ଯୋଶୀ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ସୁଖୀ ଅତ୍ୟନ୍ତ ଚିତ୍ତାକର୍ଷକ, ଲାଇଟ ହାର୍ଟେଡ ଏବଂ ସ୍ଲାଇସ ଅଫ ଲାଇଫ୍‌ ଫିଲ୍ମ ଅଟେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର କାଷ୍ଟ ଏବଂ କ୍ରୁ ଆଜିଠାରୁ ପଞ୍ଜାବରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

ଫିଲ୍ମର ପୋଷ୍ଟର ବିଷୟରେ କହିବାକୁ ଗଲେ, ଏହା ଦେଖିବାକୁ ମଧ୍ୟ ବହୁତ ଆକର୍ଷଣୀୟ ହୋଇଛି । ପୋଷ୍ଟରରେ ଶିଳ୍ପା ଶେଟ୍ଟୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳୁଛି । ଫିଲ୍ମର ପୋଷ୍ଟରରେ ଶିଳ୍ପା ବେଲଣା କାଠି, ଘଣ୍ଟା, ଆଇରନ ଏବଂ ୱାଲେଟ୍ ଧରିଥିବାର ନଜର ଆସିଛନ୍ତି । ସୁଖୀ ତଳେ ନିର୍ଭୀକ, ଲଜ୍ଜାଜନକ ଏବଂ ଅସାବଧାନତା ଲେଖାଯାଇଥିବା ଦେଖାଯାଇଛି, ଯାହା ଦର୍ଶାଏ ଯେ ଶିଳ୍ପାଙ୍କ ଚରିତ୍ର ମଧ୍ୟ ଏମିତି କିଛି ହେବାକୁ ଯାଉଛି । ଲୋକମାନେ ଫିଲ୍ମର ପୋଷ୍ଟରରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।

ଗୁଲସନ କୁମାର ଏବଂ ଟି-ସିରିଜ ଦ୍ବାରା ପ୍ରସ୍ତୁତ ହୋଇଥିବା ଅବୁଦନ୍ତିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ସର ଫିଲ୍ମ ସୁଖୀ ଭୂଷଣ କୁମାର, କୃଷ୍ଣ କୁମାର, ବିକ୍ରମ ମଲହୋତ୍ରା ଏବଂ ଶିଖା ଶର୍ମାଙ୍କ ଦ୍ବାରା ନିର୍ମିତ । ଶିଳ୍ପା ଶେଟ୍ଟୀଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ 'ହଙ୍ଗାମା ୨' ରେ ଦେଖିବାକୁ ମିଳିଥିଲା। ଯଦିଓ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, ତଥାପି ଶିଳ୍ପାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ପରେ ଶିଳ୍ପା ଶେଟ୍ଟୀ ଖୁବ୍ ଶୀଘ୍ର 'ନିକମ୍ମା'ରେ ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.