ETV Bharat / sitara

'ମୁନ୍ନା ଭାଇ 3' ସୁଟିଂ କରିବାକୁ ବ୍ୟାକୁଳ ସଞ୍ଜୁ ବାବା

author img

By

Published : Jul 18, 2019, 2:18 PM IST

ସଞ୍ଜୟ ଖୁବଶୀଘ୍ର ସୁପରହିଟ ଫିଲ୍ମ 'ମୁନ୍ନା ଭାଇ' ଏମବିବିଏସର ତୃତୀୟ ସିକ୍ବେଲ ଫିଲ୍ମ କରିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଆଉ ଫିଲ୍ମ ସୁଟିଂକୁ ଅପେକ୍ଷା କରିବସିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ଜଲଦି ଦର୍ଶକ ପୁଣି ପରଦାରେ ଦେଖିବେ ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ମୁନ୍ନା ଭାଇ' ସିରିଜର ତୃତୀୟ ଫିଲ୍ମ । ଯାହାର ସୁଟିଂକୁ ଅପେକ୍ଷା କରିବସିଛନ୍ତି ସଞ୍ଜୟ । ଦୀର୍ଘ ସମୟରୁ 'ମୁନ୍ନା ଭାଇ'ର ତୃତୀୟ ସିରିଜକୁ ନେଇ ଚର୍ଚ୍ଚା ଜୋର ଧରଛି ।

ଫିଲ୍ମକୁ ନେଇ ସଞ୍ଜୟ ଏକ ସାକ୍ଷାତକାରରେ କହିଥିଲେ କି ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି କି ଫିଲ୍ମର ସୁଟିଂ ଶୀଘ୍ର ଆରମ୍ଭ ହେଉ । କିନ୍ତୁ ମୁନ୍ନା ଭାଇ ସିରିଜ ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କୁ ଫିଲ୍ମ ବିଷୟରେ ପଚରାଯିବା କଥା । କାରଣ ଫିଲ୍ମକୁ ନେଇ ସଠିକ ଜବାବ ସେ ଦେଇପାରିବେ । ସେ କିନ୍ତୁ ଦୀର୍ଘ ସମୟରୁ ଅପେକ୍ଷା କରିବସିଛନ୍ତି ଫିଲ୍ମ ସୁଟିଂକୁ ।

ପ୍ରକାଶ ଥାଉକି ନିକଟରେ ଫିଲ୍ମମେକର ରାଜକୁମାରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଲାଗିଥିଲା । ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କୁ ଯେ ପର୍ଯ୍ୟନ୍ତ ଏହି ମାମଲାରେ କ୍ଲିନ ଚିଟ ନମିଳୁଛି । ସେ ପର୍ଯ୍ୟନ୍ତ 'ମୁନ୍ନା ଭାଇ-3'ର ସୁଟିଂ ଆରମ୍ଭ କରାଯିବ ନାହିଁ ।

ସଞ୍ଜୟ ପତ୍ନୀ ମାନ୍ୟତା ଦତ୍ତଙ୍କ ସହ ଗତ ମଙ୍ଗଳବାର ମୁମ୍ବାଇରେ ମରାଠୀ ଫିଲ୍ମ 'ବାବା' ଟ୍ରେଲର ଲଞ୍ଚି ଇଭେଣ୍ଟରେ ଯୋଗ ଦେଇଥିଲେ । ଏହାସହ ମିଡିଆକୁ ମଧ୍ୟ ସାକ୍ଷାତକାର ଦେଇ 'ମୁନ୍ନା ଭାଇ' ସିରିଜ ବିଷୟରେ କଥାବାର୍ତ୍ତା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.