ETV Bharat / sitara

ଡିଜିଟାଲ ଦୁନିଆରେ ଦେଶୀ ଗାର୍ଲ, ରିଚାର୍ଡଙ୍କ ସହ ଆସିବେ ନଜର

author img

By

Published : Jan 15, 2020, 1:13 PM IST

ଅନେକ ବଲିଉଡ, ହଲିଉଡ ଫିଲ୍ମରେ କାମ କରିସାରିବା ପରେ ଏବେ ନିଜ ଭାଗ୍ୟ ଡିଜିଟାଲ ପ୍ଲାଟଫର୍ମରେ ପରୀକ୍ଷା କରିବାକୁ ଯାଉଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓ ୱେବ ସିରିଜ ‘ସିଟାଡେଲ’ରେ ଆସିବେ ନଜର ।

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗତବର୍ଷ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ସହ ଫରହାନ ଅଖତର ଓ ଜାଏରା ୱାସମୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜିଏରାଙ୍କ ଏହା ଶେଷ ଫିଲ୍ମ ଥିଲା । କାରଣ ଏହାପରେ ସେ ବଲିଉଡ ଛାଡିବା କଥା ସୋସିଆଲ ମିଡିଆରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଇତିମଧ୍ୟରେ ପ୍ରିୟଙ୍କାଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡ ନ୍ୟୁଜ । ଆଜ୍ଞା ହଁ, ସେ ନିଜ ଅପକମିଂ ପ୍ରୋଜେକ୍ଟର ଘୋଷଣା କରିଛନ୍ତି ।

ସେ ପ୍ରଥମଥର ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ରିଚାର୍ଡ ମାଡେନ ଓ ରୁସୋ ବ୍ରଦର୍ସଙ୍କ ସହ ଆମାଜନ ପ୍ରାଇମ ଭିଡିଓର ନୂଆ ୱେବ ସିରିଜ ‘ସିଟାଡେଲ ’ରେ ନଜର ଆସିବେ । ଏହା ଏକ ମଲ୍ଟି ଷ୍ଟାରର ସିରିଜ ହେବ । ଆଉ ଦୁଇଜଣ ୟୁଏସର ମଦରଶିପ ଏଡିଶନରେ ଦେଖାଯିବେ ।

ପ୍ରିୟଙ୍କା ସୋସିଆଲ ମିଡିଆରେ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଟ୍ବିଟରରେ ସେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ନୂଆ ସିରିଜରେ ସୁପର ଟ୍ୟାଲେଣ୍ଟଟେଡ ରିଚର୍ଡ ମାଡେନ ଓ ଆତ୍ମବିଶ୍ବସନୀୟ ରୁସୋ ବ୍ରଦର୍ସଙ୍କ ସହ କାମ କରିବାକୁ ଆଉ ଅପେକ୍ଷା କରିପାରୁନାହିଁ । ପ୍ରସ୍ତୁତ ହୋଇଯାଆନ୍ତୁ । CITADEL ଏକ ବହୁସ୍ତରୀୟ ଶାନଦାର ଫ୍ରାଞ୍ଚାଇଜ ହେବ । ଯେଉଁଥିରେ ଭାରତ, ଇଟାଲୀ ଓ ମେକ୍ସିକୋର ସ୍ଥାନୀୟ ଭାଷା ନିର୍ମାଣରେ ସାମିଲ ଅଛି । ଏହା ଖୁବଶୀଘ୍ର ଆମାଜନରେ ପ୍ରସାରିତ ହେବ ।’

ପ୍ରିୟଙ୍କାଙ୍କ ଏହି ଘୋଷଣା ପରେ ତାଙ୍କ ସ୍ବାମୀ ନିକ ଜୋନସ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଶୁଭେଚ୍ଛା ଏହାର ଅପେକ୍ଷାରେ ପ୍ରିୟଙ୍କା ଚୋପ୍ରା ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.