ETV Bharat / sitara

ହସ୍ପିଟାଲରୁ ଫେରି ୱାର୍କଆଉଟରେ ମାତିଛନ୍ତି ତମନ୍ନା - ଭାଇରାଲ ହେଲା ତମନ୍ନା ଭାଟ୍ଟିଆଙ୍କ ୱାର୍କଆଉଟ ଭିଡିଓ

ଭାଇରାଲ ହେଲା ସୋସିଆଲ ମିଡିଆରେ ତମନ୍ନାଙ୍କ ନୂଆ ଭିଡିଓ । କୋରୋନା ମୁକ୍ତ ହୋଇ ସେ ବର୍ତ୍ତମାନ କରୁଛନ୍ତି ୱାର୍କଆଉଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତମନ୍ନା ଭାଟ୍ଟିଆ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତମନ୍ନା ଭାଟ୍ଟିଆ
author img

By

Published : Oct 17, 2020, 3:16 PM IST

ମୁମ୍ବାଇ: କୋରୋନା ସଂକ୍ରମିତ ହୋଇସାରିଲେଣି ଟଲିଉଠୁ ନେଇ ହଲିଉଡ ଓ ବଲିଉଡର ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ। କୋରୋନା ପଜିଟିଭ ଆସିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ହାଇଦ୍ରାବାଦରେ ଏକ ୱେବ ସିରିଜ ସୁଟିଂ କରୁଥିବା ସମୟରେ କୋରୋନା ସଂକ୍ରିମତ ହୋଇଥିଲେ । ହେଲେ ଏହେ କୋରୋନାକୁ ହରାଇ ସୁସ୍ଥ ହେବାକୁ ଚେଷ୍ଟା ଚଳାଇଛନ୍ତି ସେ । କାରଣ ହସ୍ପିଟାଲରୁ ଫେରି ୱାର୍କଆଉଟ କରିବାରେ ମାତିଛନ୍ତି । ଯାହା ଭାଇରାଲ ହେଉଥିବା ତାଙ୍କର ଏକ ଭିଡିଓରେ ଦେଖିବାକୁ ମିଳୁଛି ।

ଆଜ୍ଞା ହଁ, ସେ ଇନଷ୍ଟାଗ୍ରାମରେ ନିଜର ୱାର୍କଆଉଟ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ପୁଣିଥରେ ନିଜକୁ ମଜବୁତ କରିବା ପାଇଁ ପିଲାଙ୍କ ପରି ଧିରେ ଧିରେ ଆଗକୁ ବଢିବାକୁ ପଡିବ । କୋରୋନାରୁ ସୁସ୍ଥ ହେବା ପରେ ଏହା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, କିନ୍ତୁ ଆପଣଙ୍କ ଶରୀର ଯେତିକି ସହ୍ୟ କରିପାରିବ ସେତେ ପରିଶ୍ରମ କରନ୍ତୁ।’

ତମନ୍ନା ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଏହି ଭିଡିଓ ଖୁବ୍ ପସନ୍ଦ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.