ETV Bharat / sitara

ଖୁବଶୀଘ୍ର ଆସିବେ ଶକ୍ତିମାନ, କନଫର୍ମ କଲେ ମୁକେଶ

author img

By

Published : Mar 30, 2020, 12:41 PM IST

‘ରାମାୟଣ’,‘ ମହାଭାରତ’ ପରେ ଏବେ ‘ଶକ୍ତିମାନ’ ପୁନଃ ପ୍ରସାରଣକୁ ନେଇ ଦର୍ଶକ କରୁଛନ୍ତି ଦାବି। ଏହା ଉପରେ ବୟାନ ଦେଇ ଶକ୍ତିମାନର ସିକ୍ବେଲ ଆଣିବେ ବୋଲି ଘୋଷଣା କରିଛନ୍ତି ଅଭିନେତ ମୁକେଶ ଖାନ୍ନା ।

_mukesh khanna
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: 90 ଦଶକରେ ଭାରତକୁ ପ୍ରଥମ ସୁପରହିରୋ ମିଳିଥିଲା। ଏମିତି ସୁପରହିରୋ ଯାହାକୁ ଦେଖିବା ପାଇଁ ଦେଶର ସବୁ ପିଲା ଅପେକ୍ଷା କରିବସୁଥିଲେ। ଏହି ସୁପରହିରୋ ଆଉ କେହି ନୁହେଁ, ସେ ହେଲେ ଅଭିନେତା ମୁକେଶ ଖାନ୍ନା। ତାଙ୍କ ଚର୍ଚ୍ଚିତ ଶୋ ‘ଶକ୍ତିମାନ’ ଆଜି ମଧ୍ୟ ଦର୍ଶକଙ୍କ ଫେଭରେଟ। ଯାହାକୁ ପୁଣିଥରେ ଛୋଟ ପରଦାରେ ଦେଖିବେ ଦର୍ଶକ । ଏହାର ପ୍ରସାରଣକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର।

କୋରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକ ବର୍ତ୍ତମାନ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏମିତି ପରିସ୍ଥିତିରେ ଦୂରଦର୍ଶନ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଗତ ଶନିବାର ପୁଣିଥରେ ‘ରାମାୟଣ’ ଓ ‘ମହାଭାରତ’ର ପୁନଃ ପ୍ରସାରଣ ଆରମ୍ଭ କରିଛି। ଆଉ ଏବେ ଶକ୍ତିମାନ ଦେଖିବେ ଦର୍ଶକ। ଲକଡାଉନରେ ଦର୍ଶକ 80-90 ଦଶକର ଅନେକ ଧାରାବାହିକ ଦେଖିବାକୁ ଦାବି କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ପୁଣିଥରେ ନିଜ ସୁପରହିରୋଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ।

ସେପଟେ ମୁକେଶ ମଧ୍ୟ ସାମ୍ନାକୁ ଆସି ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ‘ଶକ୍ତିମାନ’ର ସିକ୍ବେଲ ଆସିବାକୁ ଯାଉଛି। ଗତ ତିନି ବର୍ଷରୁ ‘ଶକ୍ତିମାନ’ ସିକ୍ବେଲ ଉପରେ ପୁରା ଟିମ କାମ କରିଆସୁଛି। ସେ ‘ଶକ୍ତିମାନ’ ସିକ୍ବେଲ ନିର୍ମାଣ ଏଥି ନିମନ୍ତେ କରୁଛନ୍ତି କି ଦର୍ଶକ ଜାଣିବାକୁ ଚାହୁଁଛନ୍ତି ଯେ ପରିଶେଷରେ କଣ ହୋଇଥିଲା। ଯାହା ଜଲଦି ପ୍ରସାରଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.