ମୁମ୍ବାଇ: ଆମୀର ଖାନଙ୍କ ପରେ ଆଉ ଜଣେ ଅଭିନେତା କୋରୋନା ଆକ୍ରାନ୍ତ ହୋଇଛନ୍ତି । ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଲୁଡୋ’ରେ ନଜର ଆସିଥିବା ରୋହିତ ସରାଫଙ୍କୁ କୋରୋନା । ଯାହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି । ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ସମସ୍ତ ସୁରକ୍ଷା ସତ୍ତ୍ବେ ମଧ୍ୟ ମୁଁ କୋରୋନା ପଜିଟିଭ ବାହାରିଲି । ଏହା ହେଉଛି ଭାଇରସ, ଏହାକୁ ଭୁଲିବା କଥା ନୁହେଁ । ମୁଁ ଗତ 4 ଦିନ ଧରି ଆଇସୋଲେସନରେ ରହିଆସିଛି । ମୁଁ କେବଳ ତୁମ ସମସ୍ତଙ୍କୁ କହିବାକୁ ଚାହେଁ ଯେଉଁମାନେ ଏହି ଭାଇରସକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି । ଦୟା କରି ଏମିତି କରନାହିଁ । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସମ୍ପର୍କରେ ଆସିଛ ତେବେ ନିଜର କୋରୋନା ଟେଷ୍ଟ କରାଇନିଅ । ଏହା ମୋର ଅନୁରୋଧ ।’
ପ୍ରକାଶ ଥାଉକି ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି, କାର୍ତ୍ତିକ ଆର୍ୟନ, ମନୋଜ ବାଜପେୟୀ, ରଣବୀର କପୁର ଓ ସତୀଶ କୌଶିକ ଭଳି କଳାକାର । ସେହିପରି ବୁଧବାର ଆମୀର କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଥିଲା ।