ETV Bharat / sitara

ରିଆଙ୍କ ହ୍ବାଟ୍ସଅପରେ ମେସେଜ କରିଥିଲେ ସୁଶାନ୍ତଙ୍କ ପିତା, ଭାଇରାଲ ଫଟୋ - ସୁଶାନ୍ତ ସିଂ ରାଜପୁକ କେସ

ସୋସିଆଲ ମିଡିଆରେ ଘୁରିବୁଲୁଛି ରିଆଙ୍କ ହ୍ବାଟ୍ସଅପ ମେସେଜର ସ୍କ୍ରିନସଟ ଫଟୋ । ଏଥର ଦେଖିବାକୁ ମିଳିଛି ସୁଶାନ୍ତ ପିତାଙ୍କ ମେସେଜ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 11, 2020, 3:03 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସବୁଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତାଙ୍କ ମୃତ୍ୟୁ ପରଠୁ ଅନେକ କଥାର ଖୁଲାସା ହୋଇସାରିଛି । ଆଉ ଏବେ ପୁଣି ନୂଆ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ସୁଶାନ୍ତଙ୍କ ପିତା କେକେ ସିଂଙ୍କ ସହ ସମ୍ପୃକ୍ତ ଅଛି । କଥାଟି ହେଲା ଯେ ସୁଶାନ୍ତଙ୍କ କଥା ଜାଣିବା ପାାଇଁ ସେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ହ୍ବାଟ୍ସଅପରେ ମେସେଜ କରିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେଉଛି । ରିଆଙ୍କୁ କେକେ ଗତ ବର୍ଷ ନଭେମ୍ବରରେ ହ୍ବାଟ୍ସଅପରେ ମେସେଜ କରିଥିଲେ ।

ଏକ ନ୍ୟୁଜ ଚ୍ୟାନେଲ ଦ୍ବାରା ଇନଷ୍ଟାଗ୍ରାମ ପେଜରେ ସେୟାର ହୋଇଥିବା ଏହି ସ୍କ୍ରିନସଟରେ ସୁଶାନ୍ତଙ୍କ ପିତା ମେସେଜରେ ଲେଖିଛନ୍ତି, ‘ଯେବେ ତୁମେ ଜାଣିସାରିଲଣି କି ମୁଁ ସୁଶାନ୍ତଙ୍କ ପିତା । ତେବେ କଥା କାହିଁକି ହେଉନ । ପ୍ରକୃତ କଥା କଣ। ବନ୍ଧୁ ହୋଇ ତୁମେ ସୁଶାନ୍ତଙ୍କ ଯତ୍ନ ନେଉଛ ଆଉ ତାଙ୍କର ଚିକିତ୍ସା କରାଉଛ । ମୋର ମଧ୍ୟ କର୍ତ୍ତବ୍ୟ ହେଲା ଯେ ସୁଶାନ୍ତଙ୍କ ବିଷୟରେ ସବୁ କିଛି ଜାଣିବାର । କଲ କରି ମତେ ସବୁ ସୂଚନା ଦିଅ।’

ସେହିପରି ଦ୍ବିତୀୟ ମେସେଜରେ ସେ ଲେଖିଛନ୍ତି, ‘ମୁଁ ଜାଣିଛି ସୁଶାନ୍ତଙ୍କ ସବୁ କାମ ଏବଂ ତାଙ୍କୁ ତୁମେ ସମ୍ଭାଳୁଛ । ସେ ଏବେ କେଉଁ ସ୍ଥିତିରେ ଅଛି, ଏଥି ପାଇଁ ତୁମ ସହ କଥା ହେବାକୁ ଚାହୁଁଥିଲି । ସୁଶାନ୍ତଙ୍କ ସହ କଥା ହୋଇଥିଲି ଆଉ ସେ କହୁଥିଲେ ବହୁତ ଚିନ୍ତାରେ ଅଛନ୍ତି । ଏବେ ତୁମେ ଭାବ ଜଣେ ପିତାଙ୍କୁ କେତେ ଚିନ୍ତା ହେବ ଯେତେବେଳେ ପୁଅ ସମସ୍ୟାରେ ଥିବ । ଏବେ ତୁମେ ମୋ ସହ କଥା ହେଉନ । ତେଣୁ ମୁଁ ମୁମ୍ବାଇ ଆସିବାକୁ ଚାହୁଁଛି । ଫ୍ଲାଇଟର ଟିକେଟ ପଠାଅ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.