ETV Bharat / sitara

ୟେସବ୍ୟାଙ୍କ ସଙ୍କଟ ପଛରେ ଅର୍ଜୁନଙ୍କ ହାତ !

ପୁଣି ଚର୍ଚ୍ଚାରେ ଅଭିନେତା କେଆରକେ । ସେ ୟେସବ୍ୟାଙ୍କର ଖରାପ ଅବସ୍ଥା ପାଇଁ ଅଭିନେତା ଅର୍ଜୁନ କପୁରଙ୍କୁ ଦାୟୀ କରିଛନ୍ତି । ସୋମବାର ସେ ଏକ ଟ୍ବିଟ ଜରିଆରେ ସମସ୍ତଙ୍କୁ ଏହି କଥା ଜଣାଇଛନ୍ତି ।

kamaal r khan
ଡିଜାଇନ ଫଟୋ
author img

By

Published : Mar 10, 2020, 4:47 PM IST

ମୁମ୍ବାଇ: ବର୍ତ୍ତମାନ ୟେସବ୍ୟାଙ୍କର ଆର୍ଥିକ ସଙ୍କଟ ପୁରା ଦେଶରେ ବଡ ପ୍ରସଙ୍ଗ ସାଜିଛି । ଭାରତୀୟ ରିଜର୍ଭ ବ୍ୟାକ(ଆରବିଆଇ) ଦ୍ବାରା ୟେସବ୍ୟାଙ୍କରୁ ଗୋଟିଏ ମାସ ପର୍ଯ୍ୟନ୍ତ 50 ହଜାର ଟଙ୍କା କାଢିବାର ସମୟ ନିର୍ଦ୍ଧାରିତ କରାଯାଇଛି। ୟେସବ୍ୟାଙ୍କର ଏହି ସଙ୍କଟ ଉପରେ ବଲିଉଡ ସେଲିବ୍ରିଟି ଟ୍ବିଟ କରିବାରେ ଲାଗିଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ପ୍ରଯୋଜକ, ଅଭିନେତା କମାଲ ଆର ଖାନ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କମାଲ ଆର ଖାନ

ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିବା ସହ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରିତିକ୍ରିୟା ଖୁଲମଖୁଲା ଦେଇଥାଆନ୍ତି । ସେ ଅନେକ ସେଲିବ୍ରିଟିଙ୍କ ଉପରେ କମେଣ୍ଟ କରିସାରିଛନ୍ତି । ଆଉ ଏବେ ତାଙ୍କ ଟାର୍ଗେଟରେ ଆସିଛନ୍ତି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର । ୟେସବ୍ୟାଙ୍କର ମାନ୍ଦା ଅବସ୍ଥା ପାଇଁ ସେ ଅର୍ଜୁନଙ୍କୁ ଦାୟୀ କରିଛନ୍ତି।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଅର୍ଜୁନ ଆଜି ପର୍ଯ୍ୟନ୍ତ ଯେକୌଣସି ଫିଲ୍ମ କରିଛନ୍ତି, ତାହା ସବୁ ଫ୍ଲପ । ଗୋଟିଏ ମାତ୍ର ଫିଲ୍ମ 2 ଷ୍ଟେଟ୍‌ସ ସୁପରହିଟ୍ ଥିଲା । ଅର୍ଜୁନଙ୍କୁ ଏହି ଫିଲ୍ମରେ ୟେସବ୍ୟାଙ୍କରେ କାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହାଦ୍ବାରା ଆଜି ବ୍ୟାଙ୍କର ଏହି ଅବସ୍ଥା ।’

ବର୍ତ୍ତମାନ ତାଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ବେଳେ ଆଉ କିଛି ଅର୍ଜୁନଙ୍କୁ ଟାର୍ଗେଟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.