ETV Bharat / sitara

ସ୍ବର୍ଣ୍ଣ ମନ୍ଦିରରେ ଧଡକ ଫେମ, ଭାଇରାଲ ଫଟୋ

author img

By

Published : Nov 8, 2019, 3:26 PM IST

ଗୁରୁବାର ଅମୃତସରରେ ନଜର ଆସିଥିଲେ ଜାହ୍ନବୀ କପୁର । ନିଜ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ର ସୁଟିଂ ପୂର୍ବରୁ ଭଗବାନଙ୍କ ଠାରୁ ଆଶୀର୍ବାଦ ନେବାକୁ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ ଜାହ୍ନବୀ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: ନବାଗତ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ଦିୱାନା କରିସାରିଛନ୍ତି । ଆଉ ଏବେ ତାଙ୍କ ହାତରେ ଅନେକ ଫିଲ୍ମ ଅଛି । ଏହି କ୍ରମରେ ସେ କରନ ଜୋହରଙ୍କ ଚର୍ଚ୍ଚିତ ଫିଲ୍ମ ‘ଦୋସ୍ତାନା 2’ର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁବାର ନଜର ଆସିଥିଲେ । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜାହ୍ନବୀ ନିର୍ଦ୍ଦେଶକ କୋଲିନ ଡିକୁହ୍ନାଙ୍କ ସହ ଅମୃତସରରେ ଥଣ୍ଡା ଥଣ୍ଡା ଲସିର ମଧ୍ୟ ମଜା ନେଉଥିବାର ଫଟୋରେ ଦେଖାଯାଉଛନ୍ତି। ଜାହ୍ନବୀ ଇନଷ୍ଟାଗ୍ରାମରେ ମନ୍ଦିର ଦର୍ଶନର ଅନେକ ଫଟୋ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଫଟୋରେ ଦେଶୀ ଅନ୍ଦାଜରେ ନଜର ଆସୁଛନ୍ତି ଜାହ୍ନବୀ। ଅନ୍ୟପଟେ କୋଲିନ ମଧ୍ୟ ଇନଷ୍ଟାଷ୍ଟୋରିରେ ଜାହ୍ନବୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଆପଣ ମଧ୍ୟ ଦେଖନ୍ତୁ ଜାହ୍ନବୀଙ୍କ ଏହି ଫଟୋ...

ପ୍ରକାଶ ଥାଉକି ଖୁବଶୀଘ୍ର ଫେମସ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ହରର କମେଡି ଫିଲ୍ମ ‘ରୁହି ଅଫଜା’ରେ ନଜର ଆସିବେ ଜାହ୍ନବୀ । ପ୍ରଥମଥର ଏହି ଯୋଡି ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଏହାବ୍ୟତୀତ ସେ କରନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ । ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୀଲ କପୁର, ବିକ୍କୀ କୌଶଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ତଖ୍ତ’ ଏକ ପିରିୟଡ ଡ୍ରାମା ଫିଲ୍ମ ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ କୋଲିନ ଡିକୁହ୍ନା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.