ହାଇଦ୍ରାବାଦ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ ନିଜ ସହ ସମ୍ପୃକ୍ତ କିଛି ନାହିଁ କିଛି ପୋଷ୍ଟ କରନ୍ତି । ଏଥର ମଧ୍ୟ ସମାନ କାମ କରିଛନ୍ତି ଅଭିନେତ୍ରୀ ।
ଶନିବାର ଦିନ, କେଦାରନାଥ ତାରକା ନିଜର ପିଲାଦିନର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ 22 ଜଣ ପିଲାଙ୍କ ମଧ୍ୟରୁ ତାଙ୍କୁ ଚିହ୍ନଟ କରିବାକୁ ଫ୍ୟାନ୍ସଙ୍କୁ କହିଛନ୍ତି ।
ଫଟୋରେ ମୁମ୍ବାଇର ବେସାନ୍ତ ମୋଣ୍ଟେସୋରି ସ୍କୁଲରେ ଏକ ଧଳା ୟୁନିଫର୍ମ ପିନ୍ଧି ବସିଥିବାର ନଜର ଆସିଛନ୍ତି ।
ଏହା ପୋଷ୍ଟ କରି ସାରା ଲେଖିଛନ୍ତି, 'ଟିବିଟି', 'ମୋତେ ଖୋଜ' ଏବଂ ଅନ୍ୟ କିଛି ଷ୍ଟିକର୍ ବ୍ୟବହାର କରିଛନ୍ତି ।
ଏବେ ସାରାଙ୍କ ଏହି ପଟୋ ଖୁବ୍ ଭାଇରାଲ ହେବା ସହିତ ଫ୍ୟାନ୍ସ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।
ଯଦି ସାରାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଆନନ୍ଦ ଏଲ ରାୟଙ୍କ ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଅତରଙ୍ଗୀ ରେ’ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ଦେଖାଯିବେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସାଉଥ ଲୋକପ୍ରିୟ ଅଭିନେତା ଧନୁଷ ।