ETV Bharat / sitara

କେମିତି ଫେରିଥିଲେ ମୃତ୍ୟୁ ମୁଖରୁ, କଷ୍ଟକୁ ବଖାଣିଲେ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଫିଲ୍ମ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ତାଙ୍କ ସହ ଘଟିଥିବା କିଛି ଯନ୍ତ୍ରଣାଦାୟକ ଘଟଣା ସମ୍ପର୍କରେ ଦିଆ ମିର୍ଜା କହିଛନ୍ତି । ଅଧିକ ପଢନ୍ତୁ

କେମିତି ଫେରିଆସିଥିଲେ ମୃତ୍ୟୁ ମୁଖରୁ, କଷ୍ଟକୁ ବଖାଣିଲେ ଦିଆ

author img

By

Published : Jan 11, 2022, 7:30 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଫିଲ୍ମ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ ମିଡିଆ ଏବଂ ସାକ୍ଷାତକାର ମାଧ୍ୟମରେ ନିଜର ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ବିଷୟରେ ଅନେକ ଖୁଲାସା କରନ୍ତି । ବର୍ତ୍ତମାନ ତାଙ୍କ ସହ ଘଟିଥିବା କିଛି ଯନ୍ତ୍ରଣାଦାୟକ ଘଟଣା ସମ୍ପର୍କରେ ଦିଆ ମିର୍ଜା କହିଛନ୍ତି । ସେ କିଭଳି ମରୁ ମରୁ ବଞ୍ଚିଯାଇଥିଲେ ତାହା ପୁଣି ଡାକ୍ତରଙ୍କ ପାଇଁ ସେହି ସମ୍ପର୍କରେ ଦିଆ କହିଛନ୍ତି ।

ଇଂରାଜୀ ୱେବସାଇଟକୁ ଦିଆ ମିର୍ଜା ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବ୍ୟତୀତ, ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି । ଦିଆ ମିର୍ଜା ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସେ ୫ ମାସର ଗର୍ଭବତୀ ଥିଲେ, ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ତାଙ୍କ ଅବସ୍ଥା ଏମିତି ହୋଇଯାଇଥିଲା ଯେ ବଞ୍ଚିବା କଷ୍ଟକର ହୋଇପଡୁଥିଲା । କହିବାକୁ ଗଲେ ଦିଆ ମୃତ୍ୟୁ ମୁଖରୁ ଫେରିଛନ୍ତି ।

ଦିଆ ମିର୍ଜା କହିଛନ୍ତି, '୫ ମାସର ଗର୍ଭବତୀ ସମୟରେ ମୋତେ ଆପେଣ୍ଡେକ୍ଟୋମି ପାଇଁ ଯିବାକୁ ପଡିଲା । ଏହି ସଂକ୍ରମଣ ହେତୁ ମୋତେ ବାରମ୍ବାର ହସ୍ପିଟାଲ ଯିବାକୁ ପଡୁଥିଲା । ଗର୍ଭଧାରଣର ୬ ମାସରେ, ମୁଁ ସେପସିସର ଶିକାର ହୋଇଥିଲି । ମୋତେ ଶିଶୁକୁ ଜନ୍ମ ଦେବାକୁ ପଡିଲା କାରଣ ମୋର ପ୍ଲେସେଣ୍ଟାରୁ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ସମୟ ଥିଲା । ମୁଁ ସେହି ଡାକ୍ତରଙ୍କୁ ଧନ୍ୟବାଦ ଦେଉଛି ଯିଏ ମୋ ଜୀବନ ରକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.