ETV Bharat / sitara

ଭ୍ୟାକ୍ସିନ ନେଇ ସଚେତନତା ବାର୍ତ୍ତା ବାଣ୍ଟିଲେ ପୁଲକିତ-ରାଧିକା

ତୃତୀୟ ଟୀକାକରଣ ପ୍ରକ୍ରିୟାରେ ଟିକା ନେଇ ସମସ୍ତଙ୍କୁ ଟିକା ନେବାକୁ ଉତ୍ସାହିତ କଲେ ପୁଲକିତ ଓ ରାଧିକା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 6, 2021, 12:28 PM IST

ମୁମ୍ବାଇ: ଦେଶରେ ଆରମ୍ଭ ହୋଇଯାଇଛି ତୃତୀୟ ଟୀକାକରଣ ପ୍ରକ୍ରିୟା । ଯେଉଁଥିରେ 18 ବର୍ଷରୁ ଉର୍ଦ୍ଧ୍ବ ଲୋକେ ନେଇପାରିବେ ଟିକା । ଗତ 1 ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତା ପୁଲକିତ ସମ୍ରାଟ ଓ ରାଧିକା ମଦାନ ।

ଏହି ଦୁଇ ଷ୍ଟାର ଭ୍ୟାକ୍ସିନେସନ ସେଣ୍ଟରରୁ ଟିକା ନେଉଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଛନ୍ତି । ରାଧିକା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହି ସମୟରେ ଏକ ବିଶେଷ ପଦକ୍ଷେପ । ଟୀକାକରଣ କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଟୀକାକରଣ କେନ୍ଦ୍ରଗୁଡ଼ିକରେ ଟିକା ନିଅନ୍ତୁ। ଏକ ଡବଲ୍ ମାସ୍କ ପିନ୍ଧନ୍ତୁ, ହାତ ସଫା କରନ୍ତୁ, ଦୂରତା ରଖନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ ।’

ସେହିପରି ପୁଲକିତ ଲେଖିଛନ୍ତି, ‘ଏହା ଆମ ସୁରକ୍ଷାର ସବୁଠାରୁ ଭଲ ଉପାୟ । ସୁରକ୍ଷିତ ରୁହନ୍ତୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.