ETV Bharat / sitara

ଟିକା ନେବାକୁ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି କାର୍ତ୍ତିକ-ପ୍ରିୟଙ୍କା

author img

By

Published : Apr 29, 2021, 8:38 AM IST

ଟୀକାକରଣର ତୃତୀୟ ପର୍ଯ୍ୟାୟ ଆସନ୍ତା ମେ’ 1ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୁଧବାରଠୁ ଦେଶରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଟିକା ନେବା ପାଇଁ ସମସ୍ତଙ୍କୁ ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି ସେଲିବ୍ରିଟି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଭାରତରେ 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ତୃତୀୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଯାହା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଆପଣ କୋୱିନ ଆପ୍, ୱେବସାଇଟ୍, ଆରୋଗ୍ୟ ସେତୁ ଆପ୍ କିମ୍ବା ଉମଙ୍ଗ ଆପ୍ ମାଧ୍ୟମରେ ପଞ୍ଜୀକୃତ କରିପାରିବେ । ଟୀକାକରଣ ପ୍ରକ୍ରିୟା ମେ 1ରୁ ଆରମ୍ଭ ହେବ। ସେପଟେ ସମସ୍ତଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରୁଥିବାର ନଜର ଆସୁଛନ୍ତି ବଲିଉଡ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କଠୁ ନେଇ କାର୍ତ୍ତିକ ଆର୍ୟନ ଭଳି ସେଲିବ୍ରିଟି ।

ଟୀକାକରଣ ପାଇଁ ପ୍ରିୟଙ୍କା ଟ୍ବିଟ କରି ଲେଖିଛନ୍ତି, ‘ଚାଲ ଭାରତ କରିକି ଦେଖାଇବା । ଆଜିଠାରୁ ଟିକା ପାଇଁ ପଞ୍ଜୀକରଣ କରାଯାଉଛି।’ ସେହିପରି ପ୍ରିୟଙ୍କା ଟ୍ବିଟ ସହ କୋୱିନର ଲିଙ୍କ ମଧ୍ୟ ସେୟାର କରିଛନ୍ତି।

ସେପଟେ କାର୍ତ୍ତିକ ଆର୍ୟନ ଖୁବ୍ ମଜାଦାର ଅନ୍ଦାଜରେ ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଛନ୍ତି । ସେ ନିଜ ଅଭିନୀତ ଫିଲ୍ମ ‘ପତି, ପତ୍ନୀ ଔର ୱୋ’ରୁ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଯେତେବେଳେ ତୁମେ 45 ବର୍ଷରୁ ଅଧିକ ହୋଇଥିବ, କିନ୍ତୁ ତୁମକୁ ଟିକା ପାଇଁ ମେ 1କୁ ଅପେକ୍ଷା କରିବାକୁ ପଡିବ, କାରଣ ତୁମର ପତ୍ନୀ ସ୍ଥାନୀୟ ଅଞ୍ଚଳରେ କହିଥିବେ ଯେ ତୁମେ 41 ବର୍ଷ ବୟସର । ରେଜିଷ୍ଟ୍ରେସନ ଆଜିଠୁ ଆରମ୍ଭ ହେଉଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.