ETV Bharat / sitara

‘ମର୍ଦ୍ଦାନୀ 2’ ବିବାଦ, ସେନ୍ସର ବୋର୍ଡ ଓ ମେକର୍ସଙ୍କୁ ମିଳିଲା ଲିଗାଲ ନୋଟିସ - ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ

ରିଲିଜ ପୂର୍ବରୁ ସମସ୍ୟା ଘେରରେ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ 2’ । ଫିଲ୍ମରେ ବ୍ୟବହୃତ ହୋଇଥିବା କୋଟା ସହର ନାମ ଜରିଆରେ ଏହାର ପ୍ରତିଛବିକୁ ଖରାପ କରିଯାଇଥିବା ଅଭିଯୋଗ । ମେକର୍ସଙ୍କ ସହ ସେନ୍ସର ବୋର୍ଡକୁ ମିଳିଲା ଲିଗାଲ ନୋଟିସ ।

mardaani 2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ମୁଖାର୍ଜୀ
author img

By

Published : Nov 28, 2019, 2:43 AM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମର୍ଦ୍ଦାନୀ 2’ ର ବିବାଦ କମିବାରେ ନାଁ ନେଉନାହିଁ । ଟ୍ରେଲର ରିଲିଜ ପରେ ଆରମ୍ଭ ହୋଇଥିବା ଫିଲ୍ମର ବିବାଦ ଏବେ କୋର୍ଟରେ ଚାଲିଛି । ପାର୍ଷଦ ଗୋପାଲ ମୁଣ୍ଡା ଫିଲ୍ମରୁ କୋଟା ସହର ନାମ ହଟାଇବାକୁ ଅପିଲ କରି ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀ, ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶକ ଗୋପି ପୁଥରଣ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ଆଇନ ନୋଟିସ ପଠାଇଛନ୍ତି ।

ଓକିଲ ଅଶ୍ବିନ ଗର୍ଗଙ୍କ ଅନୁଯାୟୀ, ନୋଟିସରେ ଫିଲ୍ମରୁ କୋଟା ସହର ନାମ ହଟାଇବାର ଦାବି ଏଥିନିମନ୍ତେ କରାଯାଇଛି ଯେ ସହରର ନାମ ବଦନାମ ହେବାରେ ଲାଗିଛି । ଏହାସହ ଚେତାବନୀ ମଧ୍ୟ ଦିଆଯାଇଛି ଯେ ପର୍ଯ୍ୟନ୍ତ ସହର ନାମ ହଟା ନଯାଇଛି ଫିଲ୍ମର ସ୍କ୍ରିନିଂ ବନ୍ଦ ରଖାଯିବ । ଆଉ ମାମଲାକୁ ଉଚ୍ଚ ନ୍ୟାୟାଳୟକୁ ନିଆଯିବ ।

ଗର୍ଗ କହିଛନ୍ତି ଯେ, ଭାରତର ସବୁ ପ୍ରାନ୍ତରୁ ପାଖାପାଖି ଅଢେଇ ଲକ୍ଷ ବିଦ୍ୟାର୍ଥୀ ସବୁବର୍ଷ ପ୍ରତିଯୋଗୀ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ପାଇଁ କୋଟା ସହରକୁ ଆସି ପଢୁଛନ୍ତି । ‘ମର୍ଦ୍ଦାନୀ 2’ ରିଲିଜ ହେବା ପରେ ଦେଶର କୌଣସି ପିତା-ମାତା ନିଜ ପିଲାଙ୍କୁ କୋଟା ସହରକୁ ପଠାଇ ପାଠ ପଢାଇବାକୁ ଚାହିଁବେ ନାହିଁ ।

ପ୍ରକାଶ ଥାଉକି ଏହି ବିବାଦର ଆରମ୍ଭ ଫିଲ୍ମ ଟ୍ରେଲର ରିଲିଜ ପରଠୁ ହୋଇଥିଲା । ଟ୍ରେଲରରେ ଜଣେ ଦୁଷ୍କର୍ମ ଏବଂ ସିରିୟଲ କିଲରର କାହାଣୀକୁ ପର୍ଯ୍ୟବେଷିତ କରାଯାଇଥିଲା । ଯାହା ଏକ ବାସ୍ତବ ଘଟଣାକୁ ନେଇ ଆଧାରିତ ‘ମର୍ଦ୍ଦାନୀ 2’ । ଫିଲ୍ମରେ ରାନୀ ପୋଲିସ ଅଫିସର ଶିବାନୀ ରାୟଙ୍କ ଭୂମିକାରେ ନଜର ଆସିବେ ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.