ETV Bharat / sitara

ଦେଶଦ୍ରୋହ ମାମଲା: ବମ୍ବେ ହାଇକୋର୍ଟରୁ କୁଇନଙ୍କୁ ମିଳିଲା ଆଶ୍ବସ୍ତି - ବମ୍ବେ ହାଇକୋର୍ଟରୁ କଙ୍ଗନାଙ୍କୁ ମିଳିଲା ଆଶ୍ବସ୍ତି

ଜେଲ ଯିବେନି କଙ୍ଗନା । ବର୍ତ୍ତମାନ ତାଙ୍କ ଗିରଫଦାରୀ ଉପରେ ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Jan 11, 2021, 1:11 PM IST

ମୁମ୍ବାଇ: ଦେଶଦ୍ରୋହ ମାମଲାରେ କଙ୍ଗନା ରଣାୱତଙ୍କୁ ପୁଣିଥରେ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ କଙ୍ଗନାଙ୍କ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ରିଲିଫ ଅବଧି 25 ଜାନୁୟାରୀକୁ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ଏହି ମାମଲାର ଶୁଣାଣି ବେଳେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ରଖାଯାଇଥିବା ଏଫଆଇଆର ବିରୋଧରେ କୋର୍ଟ କଙ୍ଗନାଙ୍କୁ ରିଲିଫ ପ୍ରଦାନ କରିଥିଲେ । ଯାହା ବର୍ତ୍ତମାନ ଜାନୁୟାରୀ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

  • Bombay High Court extends protection to actor Kangana Ranaut from arrest till January 25, in connection with a sedition case. (File pic) pic.twitter.com/dWGdI2b10B

    — ANI (@ANI) January 11, 2021 " class="align-text-top noRightClick twitterSection" data=" ">

ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ଉପରେ ଅଭିଯୋଗ କରାଯାଇ ଏକ ମାମଲା ବାନ୍ଦ୍ରା ପୋଲିସ ସେଷ୍ଟନରେ ରୁଜୁ କରାଯାଇଥିଲା । କଙ୍ଗନା ଏହି ଏଫଆଇଆର ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଆଉ କୋର୍ଟକୁ ଏହାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ ।

କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ଏଫଆଇଆର ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ଦୃଷ୍ଟିରେ ରଖି କରାଯାଇଥିଲା । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ସମାଜରେ ଘୃଣା ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.