ETV Bharat / sitara

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଆଜି ଘରକୁ ଫେରିବେ ଆର୍ଯ୍ୟନ ! - ଡ୍ରଗ୍ସ ପାର୍ଟି

ଆଜି କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଭାଗ୍ୟ ପରୀକ୍ଷା । ସେସନ କୋର୍ଟରେ ହେବ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ରାୟ ସଂରକ୍ଷିତ ରଖିଥିଲେ ସେସନ କୋର୍ଟ ଜଜ । ଅଧିକ ପଢନ୍ତୁ...

Aryan Khan drugs case: Mumbai court expected to pass order on bail plea today
କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଆଜି ଆର୍ଯ୍ୟନଙ୍କ ଜାମିନର ଶୁଣାଣି
author img

By

Published : Oct 20, 2021, 9:06 AM IST

ମୁମ୍ବାଇ: ଆଜି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ହେବ । ମୁମ୍ବାଇ ସେସନ କୋର୍ଟ ଗତ ୧୩ ଏବଂ ୧୪ ତାରିଖରେ ଆର୍ଯ୍ୟନଙ୍କ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଆଜି ସଂରକ୍ଷିତ ରାୟ ପ୍ରକାଶ ପାଇବ ।

ସେସନ୍ କୋର୍ଟ ଜଜ୍ ଭି.ଭି ପାଟିଲ ୧୪ ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପୂର୍ବରୁ ୭ ତାରିଖରେ ଶୁଣାଣି କରାଯାଇ ଆର୍ଯ୍ୟନଙ୍କୁ ୧୪ ଦିନଆ ରିମାଣ୍ଡରେ ନେଇଥିଲା NCB । ଆର୍ଯ୍ୟନଙ୍କ ସହ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ଏବଂ ମୁନମୁନ ମଧ୍ୟ ରିମାଣ୍ଡରେ ଯାଇଥିଲେ ।

ଆର୍ଯ୍ୟନଙ୍କ ସମେତ ଅନ୍ୟ ୮ ଜଣ ମଧ୍ୟ ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି । ବର୍ତ୍ତମାନ ଆର୍ଯ୍ୟନ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ କଏଦୀ ନଂ ୯୫୬ ଭାବେ ରହୁଛନ୍ତି । ଗତ ୨ ତାରିଖରେ ଗୋଆ ଯାଉଥିବା ଏକ ଜାହାଜରୁ ବେଆଇନ ନିଶା କାରବାର ଏବଂ ସେବନ ଅଭିଯୋଗରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା NCB । ତେବେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଘରକୁ ଫେରୁଛନ୍ତି ନା ପୁଣି ଜେଲରେ ଦିନ କାଟୁଛନ୍ତି ତାହା ଆଉ କିଛି ସମୟ ପରେ ଜଣା ପଡିଯିବ ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.