ETV Bharat / sitara

ଥିଏଟର ସ୍ଥାନ ନେଇପାରିବନି ଡିଜିଟାଲ ପ୍ଲାଟଫର୍ମ: ଅନୁଷ୍କା - ଥିଏଟରର ସ୍ଥାନ ନେଇପାରିବନି ଡିଜିଟାଲ ପ୍ଲାଟଫର୍ମ

ବଡ ପରଦାରେ ଚଳଚ୍ଚିତ୍ର ଦେଖିବା ଭଳି ଅନୁଭବ କୌଣସି ଓଟିଟି ପ୍ଲାଟଫର୍ମରେ ନଥିବା କହିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କୋଭିଡ-19 ପରେ ଓଟିଟି ପ୍ଲାଟଫର୍ମ ଥିଏଟର ସହ ସମାନ୍ତରାଳ ଭାବେ ରହିବ ବୋଲି ସେ କହିଛନ୍ତି ।

ଥିଏଟରର ସ୍ଥାନ ନେଇପାରିବନି ଡିଜିଟାଲ ପ୍ଲାଟଫର୍ମ

author img

By

Published : Jun 21, 2020, 5:27 PM IST

ହାଇଦ୍ରାବାଦ: ବଡ ପରଦାରେ ଚଳଚ୍ଚିତ୍ର ଦେଖିବା ଭଳି ଅନୁଭବ କୌଣସି ଓଟିଟି ପ୍ଲାଟଫର୍ମରେ ନଥିବା କହିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କୋଭିଡ-19 ପରେ ଓଟିଟି ପ୍ଲାଟଫର୍ମ ଥିଏଟର ସହ ସମାନ୍ତରାଳ ଭାବେ ରହିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ‘ ଆମେ ଏହି ପରିସ୍ଥିତି ସବୁକିଛି ଅସାଧାରଣ ଅନୁଭବ କରୁଛେ । ସମୟ ଅନୁସାରେ କାହାକୁ ବିଚାର କରିବା ଠିକ ନୁହେଁ । ’ ତେବେ ଅନୁଷ୍କାଙ୍କୁ ପଚରାଯାଇଥିଲା ଯେ, ଲକଡାଉନ୍ କାରଣରୁ ଡିଜିଟାଲ ମିଡିଆରେ ଲଗାତାର ଭାବେ ଅଧିକ ବିଷୟବସ୍ତୁ ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡିଜିଟାଲ ପ୍ଲାଟଫର୍ମ କୋରୋନା ଭାଇରସ ପାଇଁ ନୁହେଁ ବରଂ ପୂର୍ବରୁ ମଧ୍ୟ ଏକ ଅଭିନବ ଉପାୟରେ ବିଷୟବସ୍ତୁକୁ ରିଲିଜ କରୁଥିଲା । ଆମ ଭଳି ଫିଲ୍ମ ନିର୍ମାତା ପାଇଁ ଏହି ପ୍ଲାଟଫର୍ମ ଅଧିକ ସୁଯୋଗ ଦେଉଛି । ଅଧିକ ଧାରଣା , କାହାଣୀ କହିବାକୁ ସୁଯୋଗ ଦେଉଛି । ବକ୍ସ ଅଫିସ ରିଲିଜ ଚାପ କାରଣରୁ ସମସ୍ତେ ଡିଜିଟାଲ ପ୍ଲାଟଫର୍ମକୁ ବେଶି ପସନ୍ଦ କରୁଛନ୍ତି । ପ୍ରକାଶଥାଉକି, ଅନୁଷ୍କା ଆଗକୁ ନିଜର ସୁପର୍ ନାଚୁରାଲ ଥ୍ରୀଲର ସିରିଜ ‘ବୁଲବୁଲ’ ରିଲିଜ କରିବାକୁ ଯାଉଛନ୍ତି ।

ଆମ ପାଖରେ ଅନେକ ଷ୍ଟାର ଅଛନ୍ତି ଫିଲ୍ମ ନିର୍ମାଣ ପାଇଁ କିନ୍ତୁ କିଛି ବିଷୟବସ୍ତୁକୁ ଆମେ ସିନେମାରେ ଦେଖେଇ ପାରିବା ନାହିଁ । ଏଭଳି ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମ ଧ୍ୟାନ କେନ୍ଦ୍ରିଭୂତ କରେ । ସବୁବେଳେ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ଅନୁଷ୍କା କହିଛନ୍ତି, ଆମ ଦେଶରେ ଅନେକ ପର୍ବ ରହିଛି । ଆମେ ଏହାକୁ ପାଳନ ମଧ୍ୟ କରିଥାଉ । ସିନେମା ମଧ୍ୟ ତାହା ମଧ୍ୟରୁ ଗୋଟିଏ । ଯେତେବେଳେ ଥିଏଟର ଲାଇଟ୍ ବନ୍ଦ ହୋଇଯାଏ । ଆମେ ସେ କାହାଣୀକୁ ଅନୁଭବ କରୁ । ତେଣୁ ଥିଏଟର୍ ଭଳି ଅନୁଭବ କେଉଁଠାରେ ନାହିଁ ’ ।

25 ବର୍ଷରୁ ଫିଲ୍ମ ନିର୍ମାଣ କ୍ଷେତ୍ରରେ ପାଦ ଦେଇଥିବା ଅନୁଷ୍କା କହିଛନ୍ତି, ଭାରତରେ ଅନେକ ଡିଜିଟାଲ ପ୍ଲାଟପର୍ମର ସିରିଜକୁ ବେଶ୍ ପସନ୍ଦ କରୁଛନ୍ତି । ଭାରତରେ ବର୍ତ୍ତମାନ ଏହାର ଚାହିଦା ଧିରେ ଧିରେ ବଢିବାରେ ଲାଗିଛି । ତେଣୁ ଏଠାକାର ଦର୍ଶକ କେବଳ ବିଷୟବସ୍ତୁ ଚାହାଁନ୍ତି । ଅନୁଷ୍କାଙ୍କ ପ୍ରଡକ୍ସନ ହାଉସ କିନ୍ ସ୍ଲେଟ ଫିଲ୍ମରୁ ପରୀ, ଫୁଲରୀ, ଏନଏଚ-10, ପାତାଲ ଲୋକ ରିଲିଜ ହୋଇଛି ।

ଏଥିସହ ଏହାର ଅନେକ ପ୍ଲସ୍ ପଏଣ୍ଟ ରହିଛି। ଏହି ପ୍ଲାଟଫର୍ମଗୁଡିକ ହେତୁ ଇଣ୍ଡଷ୍ଟ୍ରିରେ ବହୁତ ରୋଜଗାର ବଢିଛି। ଆମ ଭଳି ଚଳଚ୍ଚିତ୍ର ନିର୍ମାତାମାନେ ବିଭିନ୍ନ କାହାଣୀ କହିବାରେ ସକ୍ଷମ ହେବେ। ଅନେକ ଲେଖକ ଓ ନିର୍ଦ୍ଦେଶକଙ୍କୁ ଆଗକୁ ଆସିବାକୁ ଏକ ସୁଯୋଗ ଦେଇଥାଏ ଏହି ପ୍ଲାଟଫର୍ମ ବୋଲି ଅନୁଷ୍କା କହିଛନ୍ତି ।

ତେବେ ସମସ୍ତଙ୍କୁ ଏନେଇ ସଚେତନ ହେବା ଜରୁରୀ କି ଥିଏଟର ଓ ଏଭଳି ପ୍ଲାଟଫର୍ମରେ କେଉଁ ବିଷୟବସ୍ତୁ ରିଲିଜ ହେବା ଜରୁରୀ । ମୁଁ ଭାବୁଛି ସମସ୍ତ ନିର୍ଦ୍ଦେଶକ, ପ୍ରଯୋଜକଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ପ୍ରକାଶଥାଉକି, ବୁଲବୁଲକୁ ଲେଖିଛନ୍ତି ଅନଭିତା ଦତ୍ତ । ଏହି ସିରିଜରେ ତୃପ୍ତି ଦିମାରୀ, ଅଭିନାଶ ତିୱାରୀ, ରାହୁଲ ବୋଷ, ପାଓଲି ଦାମ, ପରମବ୍ରତ ଚାଟାର୍ଜୀଙ୍କୁ ଦେଖିବାକୁ ମିଳିବ । ସିରିଜଟି 24 ଜୁନରେ ନେଟଫ୍ଲିକ୍ସରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.