ETV Bharat / sitara

ପ୍ରେକ୍ଷାଳୟରେ ନୁହେଁ, ଟିଭିରେ ଦେଖିବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ala vaikunthapurramuloo - ଟିଭିରେ ଦେଖିବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଆଲ୍ଲା ବୈକୁଣ୍ଠପୁରାମୁଲୋ

26 ଜାନୁଆରୀରେ ହିନ୍ଦୀରେ ଅଭିନେତାଙ୍କ ପୂର୍ବ ବ୍ଲକବଷ୍ଟର ଫିଲ୍ମ 'ala vaikunthapurramuloo'କୁ ମୁକ୍ତିଲାଭ କରିବାର ଥିଲା। ଗତ ଶୁକ୍ରବାର ଗୋଲ୍ଡମାଇନ୍ସର ମାଲିକ ମନୀଷ ଶାହା ୟୁ-ଟର୍ନ ନେଇ ଫିଲ୍ମ ରିଲିଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ପ୍ରେକ୍ଷାଳୟରେ ନୁହେଁ, ଟିଭିରେ ଦେଖିବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ala vaikunthapurramuloo

author img

By

Published : Jan 22, 2022, 4:31 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-ଦ ରାଇଜ୍-ପାର୍ଟ -1'ର ସଫଳତା ପରେ 26 ଜାନୁଆରୀରେ ହିନ୍ଦୀରେ ଅଭିନେତାଙ୍କ ପୂର୍ବ ବ୍ଲକବଷ୍ଟର ଫିଲ୍ମ 'ala vaikunthapurramuloo'କୁ ମୁକ୍ତିଲାଭ କରିବାର ଥିଲା। ଗତ ଶୁକ୍ରବାର ଗୋଲ୍ଡମାଇନ୍ସର ମାଲିକ ମନୀଷ ଶାହା ୟୁ-ଟର୍ନ ନେଇ ଫିଲ୍ମ ରିଲିଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଗୋଲ୍ଡମାଇନ୍ସର ଅଫିସିଆଲ୍ ପେଜରୁ ଆଉ ଏକ ଅପଡେଟ୍ ଆସିଛି। ମନୀଷ ଶାହାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଘୋଷଣା କରାଯାଇଛି ଯେ ଫିଲ୍ମ 'ala vaikunthapurramuloo' ସିନେମାରେ ନୁହେଁ ବରଂ ଟିଭିରେ ପ୍ରସାରିତ ହେବ।

ଗୋଲ୍ଡମାଇନ୍ସର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଫିଲ୍ମ 'ala vaikunthapurramuloo' ହିନ୍ଦୀ ଭାଷାରେ 6 ଫେବୃଆରୀ 2022 ରେ ଗୋଲ୍ଡମାଇନ୍ସ ମାଲିକଙ୍କ ଟିଭି ଚ୍ୟାନେଲ Dhinchaakରେ ପ୍ରସାରିତ ହେବ। ଯଦିଓ ଫିଲ୍ମର ଟାଇମିଂ ଦିଆଯାଇ ନାହିଁ। ଏହା ପୂର୍ବରୁ ଗୋଲ୍ଡମାଇନ୍ସର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଥିଲା, 'ଗୋଲ୍ଡମାଇନ୍ସର ପ୍ରମୋଟର୍ ମନୀଷ ଶାହା ଏବଂ ହିନ୍ଦୀ ଚଳଚ୍ଚିତ୍ର ଶାହାଜାଦାର ନିର୍ମାତାମାନେ ହିନ୍ଦୀରେ ala vaikunthapurramuloo କୁ ରିଲିଜ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶାହାଜଦା ମେକର୍ସ ଏହି ନିଷ୍ପତ୍ତି ପାଇଁ ମନୀଷ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.