ETV Bharat / sitara

ପୁଣି ନିର୍ଦ୍ଦେଶନା ଦୁନିଆରେ କଙ୍ଗନା, ଏମର୍ଜେନ୍ସିର ସାଜିବେ ନିର୍ଦ୍ଦେଶିକା - କଙ୍ଗନା ରଣାୱତଙ୍କ ଅପଡେଟ ନ୍ୟୁଜ

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମର୍ଜେନ୍ସି’କୁ ନେଇ ଚର୍ଚ୍ଚା । ଫିଲ୍ମରେ ନଜର ଆସିବେ କଙ୍ଗନା । ଅଭିନୟ ସହ ଫିଲ୍ମରେ ଦେବେ ନିର୍ଦ୍ଦେଶନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 25, 2021, 8:25 AM IST

ମୁମ୍ବାଇ: କଙ୍ଗନା ରଣାୱତ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ସେହିପରି ‘ଥଲାଇଭି’ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମର୍ଜେନ୍ସି’ରେ ମଧ୍ୟ ଦେଖାଯିବେ । ଇତିମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

କଥାଟି ହେଲା ଯେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥାଆନ୍ତେ ନିର୍ଦ୍ଦେଶକ ସାଇ କବୀର । ହେଲେ ଏବେ ଲାଗୁଛି ସାଇ ଏହି ଦାୟିତ୍ବ ତୁଲାଇବେ ନାହିଁ । କାରଣ ତାଙ୍କ ହାତରୁ ଏହି ପଦ ଛଡାଇ ନେଇଛନ୍ତି କଙ୍ଗନା । ଆଜ୍ଞା ହଁ, ଫିଲ୍ମରେ ନିର୍ଦ୍ଦେଶନା ଦେବେ କଙ୍ଗନା ।

ହି ଅବସରରେ କଙ୍ଗନା ବୁଧବାର କହିଥିଲେ, ‘ମୋ ବ୍ୟତୀତ ଏହି ଫିଲ୍ମ ସହ କେହି ମଧ୍ୟ ନ୍ୟାୟ କରିପାରିବେ ନାହିଁ । ପୁଣିଥରେ ନିର୍ଦ୍ଦେଶନା ଦୁନିଆରେ ପାଦ ରଖି ଖୁସି ଅନୁଭବ କରୁଛି । ଏକ ବର୍ଷରୁ ଅଧିକ ସମୟ ମୁଁ ଏହି ଫିଲ୍ମରେ କାମ କରିବା ପରେ ମୋତେ ଲାଗୁଛି ଯେ ମୋ ଠାରୁ ଅନ୍ୟ କେହି ଏଥିରେ ଭଲ ନିର୍ଦ୍ଦେଶନା ଦେଇ ପାରିବେ ନାହିଁ । ଲେଖକ ରିତେଶ ଶାହଙ୍କ ସହ ଫିଲ୍ମରେ କାମ କରୁଛି । ଯଦି ମୋତେ ଏଥିପାଇଁ ଅଭିନୟ ସହ ଜଡିତ ବାକି କାର୍ଯ୍ୟକୁ ବଳି ଦେବାକୁ ପଡିବ, ତେବେ ମୁଁ ପ୍ରସ୍ତୁତ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.