ମୁମ୍ବାଇ: ଜ୍ୟାକି ଶ୍ରଫ ଓ ଆଦର ଜୈନଙ୍କ ଷ୍ଟାରର ଆଡଭେଞ୍ଚର କମେଡି ଫିଲ୍ମ ‘ହାଲୋ ଚାର୍ଲି’ର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ଟ୍ରେଲର ଏତେ ମଜାଦାର ହୋଇଛି ଯେ ଦର୍ଶକ ହସି ହସି ବେହାଲ । ଟ୍ରେଲ ରିଲିଜର କିଛି ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ 58 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।
- " class="align-text-top noRightClick twitterSection" data="">
ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପଙ୍କଜ ସାରସ୍ବତ । ଏକ୍ସେଲ୍ ଏଣ୍ଟରଟେନମେଣ୍ଟର ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଦ୍ବାରା ନିର୍ମିତ ‘ହେଲୋ ଚାର୍ଲି’ର ଟ୍ରେଲର ଦର୍ଶକଙ୍କୁ ଏକ ଦୁଃସାହସିକ କମେଡିର ବିଚିତ୍ର ଦୁନିଆ ସହିତ ପରିଚିତ କରାଉଛି । ସେପଟେ ଜ୍ୟାକି ଓ ଆଦରଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଟ୍ରେଲର...
ପ୍ରକାଶ ଥାଉକି କପୁର ବଂଶର ଲାଡଲା ଆଦରଙ୍କ ଏହା ଡେବ୍ୟୁ ଫିଲ୍ମ । ଫିଲ୍ମ ବ୍ୟତୀତ ଆଦର ନିଜ ଲଭ ଲାଇଫ୍କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛନ୍ତି । ସେ ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିୟାଙ୍କୁ ଡେଟ୍ କରୁଛନ୍ତି । ସେପଟେ ତାରା ମଧ୍ୟ ‘ହାଲୋ ଚାର୍ଲି’ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।