ETV Bharat / science-and-technology

ହ୍ବାଟ୍ସଆପ୍‌ ଭିଡିଓ କଲରେ ଲୁଟିନେଲେ 19 ଲକ୍ଷ, ଜାଣନ୍ତୁ ବର୍ତ୍ତିବାର ଉପାୟ

author img

By ETV Bharat Odisha Team

Published : Dec 14, 2023, 1:45 PM IST

Whatsapp Video Call Scam: ଅଜଣା ନମ୍ବରରୁ ଆସିଲା ଭିଡିଓ କଲ । ଉଠାଉ ଉଠାଉ ଆକାଉଣ୍ଟରୁ ଖାଲି ହୋଇଗଲା 19 ଲକ୍ଷ ଟଙ୍କା। ଜାଣନ୍ତୁ କଣ ଏହି ସ୍କାମ

Whatsapp video call Scam
Whatsapp video call Scam

ହାଇଦ୍ରାବାଦ: ହ୍ବାଟ୍ସଆପ୍‌ ଭିଡିଓ କଲ୍ ସ୍କାମ ନେଇ ହୋଇଯାଆନ୍ତୁ ସାବାଧାନ ! ବିନା କୌଣସି ତଥ୍ୟରେ ଚୁଟକୀରେ ଖାଲି ହୋଇଯିବ ଆକାଉଣ୍ଟ। ଅଙ୍ଗୁଳି ଟିପରେ ମୋହରା ବନାଇ ଲୋକଙ୍କ ହୋସ ଉଡାଉଛନ୍ତି ସାଇବର ଅପରାଧି। ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା। ଏଭଳି ଏକ ଖବର ଆସିଛି ହାଇଦ୍ରାବାଦରୁ । ହ୍ବାଟ୍ସଆପ ଭିଡିଓ କଲ୍ ସ୍କାମ କରି ଜଣେ ଅବସରପ୍ରାପ୍ତଙ୍କଠାରୁ 19 ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ପୂର୍ବରୁ ବ୍ୟାଙ୍କ କଷ୍ଟମର କେୟାରଙ୍କ ନମ୍ବର ସର୍ଚ୍ଚ କରି ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିବା ବେଳେ ଏହି ସ୍କାମ୍‌ ହୋଇଥିବା ନେଇ ଅବସରପ୍ରାପ୍ତ କର୍ମଚାରୀଜଣକ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, "ଗୁଗଲରେ କଷ୍ଟମର କେୟାରଙ୍କ ନମ୍ବର ସର୍ଚ୍ଚ କରିବାର କିଛି ସମୟ ପରେ ଏକ ଭିଡିଓ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ବ୍ୟାଙ୍କ ଏକଜିକ୍ୟୁଟିଭର ପରିଚୟ ଦେଇଥିଲେ । ଏହା ସହିତ ଆକାଉଣ୍ଟରେ କଣ ସମସ୍ୟା ରହିଛି ସେନେଇ ଭିଡିଓ କଲରେ ପ୍ରଶ୍ନ କରିଥିଲେ। ଏଭଳି ବାର୍ତ୍ତାଳାପ ସମୟରେ ମୋବାଇଲରେ ଏକ ଆପ୍‌ ଇନଷ୍ଟଲ କରିବା ପାଇଁ କହିଥିଲେ । ଆପ୍‌ ଇନଷ୍ଟଲ ହେବା ପରେ କର୍ମଚାରୀଜଣକ ନିଜର ବ୍ୟକ୍ତିଗତ ସୂଚନା ଦେଇ ନିଜର ସ୍କ୍ରିନ୍‌ସଟ୍ ସେୟାର କରିବା ପାଇଁ କହିଥିଲେ । ଏହାପରେ ସେ କର୍ମଚାରୀଙ୍କ ସମସ୍ତ ପ୍ରକାର ବ୍ୟାଙ୍କ ତଥ୍ୟ ହାସଲ କରି ସାରିଥିଲେ। ଏହାର ଦୁଇଦିନ ପରେ ତାଙ୍କ ଆକାଉଣ୍ଟରୁ 19.23 ଟଙ୍କା ଠକେଇ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଉକ୍ତ ଟଙ୍କା ଅନ୍ୟ ବ୍ୟାଙ୍କରେ ଡିପୋଜିଟ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ଅବସରପ୍ରାପ୍ତ କର୍ମଚାରୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସାଇବର କ୍ରାଇମ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Cyber Crime 2021 ସାଇବର ଜାଲରେ ଓଡିଶା: ଲୁଟିଲେ କୋଟି କୋଟି ଟଙ୍କା, ଖାଲି କରିଦେଲେ ଆକାଉଣ୍ଟ

ପ୍ରକାଶଥାଉକି, ବର୍ତ୍ତମାନ ସମୟରେ ହ୍ବାଟ୍ସଆପ ଭିଡିଓ କଲ୍ ସ୍କାମ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ବିଶେଷକରି ଅବସରପ୍ରାପ୍ତ କିମ୍ବା ବୃଦ୍ଧାଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ଏଭଳି ସ୍ଥଳେ କୌଣସି ଅଜଣା ନମ୍ବରରୁ ଭିଡ଼ିଓ କଲ୍ ଆସିଲେ ସଙ୍ଗେସଙ୍ଗେ ଉଠାନ୍ତୁ ନାହିଁ । ପ୍ରଥମେ ନମ୍ବର ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ଯଦିଓ ଫୋନ ଉଠାଇବା ପରେ ଆପଣଙ୍କୁ କୌଣସି ପ୍ରକାରର ଦ୍ବନ୍ଦ କିମ୍ବା ସନ୍ଦେହ ଆସୁଛି ତାହେଲେ ପୋଲିସରେ ଅଭିଯୋଗ କରିବା ଆବଶ୍ୟକ । ଏହାସହ ଭିଡିଓ କଲ୍ ସମୟରେ କୌଣସି ପ୍ରକାର ଆପ୍‌ ଇନଷ୍ଟଲ କିମ୍ବା କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ।

ଅନ୍ୟପଟେ କୌଣସି କାରଣବଶତଃ ଏହି ସ୍କିମର ଶିକାର ହେଲେ ଚିନ୍ତିତ ନହୋଇ ପ୍ରଥମେ ପୋଲିସରେ ଖବର ଦିଅନ୍ତୁ । ଏହାସହ ଜାତୀୟ ସାଇବର କ୍ରାଇମ ପୋର୍ଟାଲରେ ମଧ୍ୟ ଅଭିଯୋଗ କରିପାରିବେ । https://cybercrime.gov.in/କୁ ଯାଇ ଅଭିଯୋଗ ଦାଖଲ କରିହେବ । ଅନ୍ୟପଟେ 1930 ନମ୍ବରକୁ କଲ କରି ମଧ୍ୟ ଅଭିଯୋଗ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.