ନୂଆଦିଲ୍ଲୀ: ୱାନପ୍ଲସ ଏହାର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ୱାନପ୍ଲସ 8 ଏବଂ ୱାନପ୍ଲସ 8 ପ୍ରୋ ରିଲିଜ ହେବାର କିଛି ସମୟ ହୋଇଗଲାଣି ଏବଂ ଉଭୟ ଡିଭାଇସ କିଛିଟା ନୂଆ ସଫ୍ଟୱେୟାର ଅପଡେଟ ସହ କ୍ୟାମେରା କ୍ବାଲିଟି ଓ ଏହାର ଅଭିଜ୍ଞତାକୁ ଉନ୍ନତ କରିଛି ।
ବର୍ତ୍ତମାନ ସମୟରେ ଭାରତର ସର୍ବୋତ୍ତମ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ଭାବରେ ଉଭା ହୋଇଥିବା ୱାନପ୍ଲସ 8 (8GB RAM + 128GB) ନୂଆ ଫିଚର ସହ କ’ଣ ଅଧିକ ପ୍ରଦାନ କରିବ ଦେଖିବା କଥା। ୱାନପ୍ଲସ 8 ଓ ୱାନପ୍ଲସ 8 ପ୍ରୋରେ ରହିଛି ନୂଆ ଫିଚର, ନୂଆ ପ୍ରାଇଜ, ସ୍ପେସିଫିକେସନ ଓ ନୂଆ ଅପଡେଟ ।
- 6GB + 128GB ଭାରିଆଣ୍ଟ ୱାନପ୍ଲସ 8ର ପ୍ରାରମ୍ଭିକ ମୁଲ୍ୟ 41,999 ଟଙ୍କା ରହିଛି । 8 ଜିବି + 128 ଜିବି ଭାରିଆଣ୍ଟ ଆପଣଙ୍କୁ 44,999 ଟଙ୍କାରେ ମିଳୁଥିବା ବେଳେ 12GB RAM ଏବଂ 256GB ଷ୍ଟୋରେଜ ସହିତ ଟପ-ଅଫ-ଲାଇନ ମଡେଲର ମୂଲ୍ୟ 49,999 ଟଙ୍କା ହେବ ।
- ରଙ୍ଗ ବିକଳ୍ପ ଗୁଡ଼ିକରେ ରହିଛି ଗ୍ଲାସିଆଲ୍ ଗ୍ରୀନ୍, ଓନିକ୍ସ ବ୍ଲାକ୍, ଇଣ୍ଟରଷ୍ଟେଲର ଗ୍ଲୋ ।
- ଡିଜାଇନ ଦୃଷ୍ଟିରୁ, ସ୍ମାର୍ଟଫୋନ ୱାନପ୍ଲସ 8 ପ୍ରୋ ସହିତ ସମାନ ଡିଜାଇନ ଲାଙ୍ଗୁଏଜ ଓ ଫିଚର ରହିଛି । ସ୍କ୍ରିନର ଉପର ବାମ କୋଣରେ ଏଥିରେ ଏକ ବୃତ୍ତାକାର ପଞ୍ଚ-ହୋଲ କ୍ୟାମେରା କଟଆଉଟ ରହିଛି ।
- ଭଲ୍ୟୁମ ରକର ଡାହାଣ ଓ ବାମ ପଟରେ ରହି୍ଛି । ଏହାସହ ପାୱାର ବଟନ ଓ ସିଗନେଚର ୱାନପ୍ଲସ ନୋଟିଫିକେସନ ସ୍ଲାଇଡରକୁ ମଧ୍ୟ ସୁନ୍ଦର ଭାବେ ରଖାଯାଇଛି ।
- ବଟନ ଗୁଡିକ ପାଖରେ ପହଞ୍ଚିବା ସହଜ, ଏବଂ ଆଲର୍ଟ ସ୍ଲାଇଡର ସବୁଥର ପରି ସହଜ ଅଟେ । ୟୁଏସବି ଟାଇପ-ସି ପୋର୍ଟ, ସିମ୍ ଟ୍ରେ, ଏବଂ ମୁଖ୍ୟ ସ୍ପିକର ତଳ ଭାଗରେ ଧାଡି ହୋଇ ରହିଛି ।
- ମୁଖ୍ୟ କ୍ୟାମେରାଗୁଡ଼ିକ ପଛ ପଟେ ଲମ୍ବା ଭାବରେ ରହିଛି ଏବଂ କ୍ୟାମେରା ବମ୍ପ ଅଧିକ ସ୍ପଷ୍ଟ ହୋଇଛି ।
- ୱାନପ୍ଲସ 8 ର ବିସ୍ତୃତ 6.55-ଇଞ୍ଚ ଫ୍ଲୁଇଡ୍ ଡିସପ୍ଲେ 90Hz ରିଫ୍ରେସ୍ ରେଟ ସହ ଏକ ସିନେମାଟିକ୍ ଦେଖିବାର ଅଭିଜ୍ଞତା ପ୍ରଦାନ କରେ ।
- ଡିସପ୍ଲେ ବ୍ରାଇଟ, ସାର୍ପ ଏବଂ ଭାଇବ୍ରାଣ୍ଟ ଅଟେ ।
ଏହା ଟ୍ରିପଲ୍ ରିୟର କ୍ୟାମେରା ସେଟଅପ ସହିତ ଆସିଥାଏ ଯେଉଁଥିରେ f/1.75 ଲେନ୍ସ ସହିତ 48MP ସୋନି IMX586 ପ୍ରାଇମେରୀ ସେନ୍ସର, f /2.4 ମାକ୍ରୋ ଲେନ୍ସ ସହିତ 2MP ସେକେଣ୍ଡାରୀ ସେନ୍ସର ଏବଂ f/2.2 ଲେନ୍ସ ସହିତ 16MP ତୃତୀୟ ସେନ୍ସର ରହିଛି । ଫୋନ୍ 30/60fps ରେ 4K ଭିଡିଓ ରେକର୍ଡିଂକୁ ସମର୍ଥନ କରେ ।
- ସେଲଫି ଭାଗରେ, f /2.45 ଲେନ୍ସ ସହିତ ସାମ୍ନାରେ 16MP ସୋନି IMX471 ସେନ୍ସର ଅଛି ।
- ଲୋ-ଲାଇଟ ପ୍ରଦର୍ଶନ ଖୁବ ଭଲ ଏବଂ ସ୍ମାର୍ଟଫୋନ ଏହାର ନାଇଟ ମୋଡ ବ୍ୟବହାର କରି ବ୍ରାଇଟ ଫଟୋ ଉଠାଇବାରେ ଏହା ସକ୍ଷମ । ସେଲଫି କ୍ୟାମେରା ମଧ୍ୟ ଦିନ ବେଳା କ୍ରିସ୍ପ ସେଲଫି ଉଠାଇ ପାରେ, କିନ୍ତୁ ପର୍ଯ୍ୟାପ୍ତ ଆଲୋକ ନଥିବାବେଳେ ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ ।
- ୱାନପ୍ଲସ 8 ସ୍ନାପଡ୍ରାଗନ୍ 865 ଦ୍ବାରା ସ୍ନାପଡ୍ରାଗନ୍ X55 5G ମୋଡେମ୍-ଆରଏଫ୍ ସିଷ୍ଟମ ସହିତ ଚାଳିତ, ଯାହା ମଲ୍ଟି-ଗିଗାବିଟ୍ 5G ସଂଯୋଗକୁ ବିତରଣ କରିବାରେ ସାହାଯ୍ୟ କରେ ।
- 12GB ପର୍ଯ୍ୟନ୍ତ ବର୍ଦ୍ଧିତ RAM ସହିତ, ୱାନପ୍ଲସ 8 ଉପଭୋକ୍ତାମାନେ ଅଧିକ ଶକ୍ତିଶାଳୀ ଗେମିଙ୍ଗ ଏବଂ ସ୍ନାପିଅର୍ ମଲ୍ଟିଟାସ୍କିଂ ଅନୁଭବ କରିବାକୁ ସମର୍ଥ ହେବେ । ଏହା ମଧ୍ୟ ଇଣ୍ଡଷ୍ଟ୍ରୀର ଦ୍ରୁତତମ ଷ୍ଟୋରେଜ ସ୍ପିଡ ପାଇଁ 256GB UFS 3.0 ଷ୍ଟୋରେଜ ସହିତ ଆସିଛି ।
- ସମୀକ୍ଷା ସମୟରେ, 90fps ରେ ଫୋର୍ଟନାଇଟ ଖେଳିବା ଅତ୍ୟନ୍ତ ଭଲ ଥିଲା । ଫୋର୍ନାଇଟ୍ ବ୍ୟତୀତ ଆମେ କେତେକ ଲୋକପ୍ରିୟ ଖେଳ ଯେପରିକି PUBG ମୋବାଇଲ ଏବଂ କଲ୍ ଅଫ୍ ଡ୍ୟୁଟି ମଧ୍ୟ ଖେଳିଥିଲୁ । ଡିଭାଇସ ସେଗୁଡିକୁ ଶୀଘ୍ର ଲୋଡ କଲା ଏବଂ ଫ୍ରେମ ରେସ ମଧ୍ୟ ସରଳ ଥିଲା ।
- ଡିଭାଇସରେ ଅକ୍ସିଜେନଓଏସ କାରଣରୁ ଅଧିକ ସ୍ପଷ୍ଟ ଭିଜୁଆଲ୍ ଏବଂ ଉପଯୋଗୀତା ବୃଦ୍ଧି ସହିତ ୱାନପ୍ଲସ ଦ୍ବାରା ପ୍ରଦାନ କରାଯାଇଥିବା ଆଣ୍ଡ୍ରଏଡ ଅଭିଜ୍ଞତାକୁ ଯୋଡିଥାଏ ।
- ନୂତନ ସିଷ୍ଟମରେ ଅନେକଗୁଡ଼ିଏ ଅପଡେଟେଡ ଅଛି, ଏହା ସିଷ୍ଟମ ଆଇକନ୍ ହେଉ ଡାଇନାମିକ ୱାଲପେପର କିମ୍ବା ଆଣ୍ଡ୍ରଏଡ୍ 10ରେ ଅନ୍ୟାନ୍ୟ ଶକ୍ତିଶାଳୀ ନୂତନ ଫିଚର ହେଉ ।
- ସ୍ମାର୍ଟଫୋନରେ ଏକ ଅପଗ୍ରେଡ୍ 4300mAh ବ୍ୟାଟେରୀ ଅଛି ଏବଂ ୱାର୍ପ ଚାର୍ଜ 30T ସହିତ ଆସିଥାଏ ଯାହା ବ୍ୟାଟେରୀକୁ ଶୀଘ୍ର ଚାର୍ଜ କରିବ ବୋଲି କମ୍ପାନି ଦାବି କରେ, ମାତ୍ର 22 ମିନିଟରେ ଏହା ଫୋନ ବ୍ୟାଟେରିକୁ 50 ପ୍ରତିଶତକୁ ନେଇଥାଏ, ଏବଂ ଫୋନ ବ୍ୟବହାର କରିବା ସମୟରେ ମଧ୍ୟ ଏହା ସମାନ ଗତିରେ ଚାର୍ଜ ହୋଇଥାଏ ।
- ଆମର ବ୍ୟବହାର ସହିତ, ଯାହା PUBG ମୋବାଇଲ, ହ୍ବାଟ୍ସଆପ୍ ବ୍ୟବହାର ଏବଂ ଷ୍ଟ୍ରିମିଂ ବିଷୟବସ୍ତୁକୁ ନେଇ ଗଠିତ ହୋଇଥିଲା । ସମସ୍ତ ବ୍ୟବହାର ପରେ ବି ଦିନ ଶେଷରେ ଏହାର ବ୍ୟାଟେରି 40 ପ୍ରତିଶତ ବାକି ରହିଥିଲା ।
- ୱାନପ୍ଲସ 8 ରେ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଅଛି, ଯାହା ଅଥେଣ୍ଟିଫିକେସନରେ ବହୁତ ଶୀଘ୍ର କାମ କରେ । ଫେସ ରିକଗନିସନ ସମାନ ଭାବରେ ଦ୍ରୁତ ଏବଂ କମ ଆଲୋକରେ ମଧ୍ୟ ଭଲ ଭାବରେ କାମ କରେ ।
- ବେସ ମଡେଲ ପାଇଁ 8 ଏବଂ 8 ପ୍ରୋ ମଧ୍ୟରେ ମୂଲ୍ୟ ପାର୍ଥକ୍ୟ ପ୍ରାୟ 13,000 ଟଙ୍କା । ଅଧିକ ଅର୍ଥ ଥିଲେ ଆପଣ ୱାନପ୍ଲସ 8 ପ୍ରୋ ସହ ଯାଇ ପାରିବେ ତେବେ ୱାନପ୍ଲସ 8 ମଧ୍ୟ ଏକ ବିଚକ୍ଷଣ ଓ ସୁରକ୍ଷିତ ବିକଳ୍ପ ହୋଇପାରିବ ।