ETV Bharat / international

ପୋଲାଣ୍ଡରେ ଋଷର ମିସାଇଲ ମାଡ, 2 ସାଧାରଣ ନାଗରିକ ମୃତ - ପୋଲାଣ୍ଡରେ ଋଷର ମିସାଇଲ ଆକ୍ରମଣ

ପୋଲାଣ୍ଡରେ ଋଷର ମିସାଇଲ ଆକ୍ରମଣ । ପୋଲାଣ୍ଡରେ ମିସାଇଲ ମାଡରେ 2 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ପୋଲାଣ୍ଡରେ ଋଷର ମିସାଇଲ ଆଟାକ, 2 ସାଧାରଣ ନାଗରିକ ମୃତ

author img

By

Published : Nov 16, 2022, 7:45 AM IST

Updated : Nov 16, 2022, 10:07 AM IST

ୱାରସ: ପୋଲାଣ୍ଡ ଉପରେ ମିସାଇଲ ମାଡ (Russian made missile attack on Poland) । ୟୁକ୍ରେନ ସୀମା ଟପି ପୋଲାଣ୍ଡ ଉପରେ ପଡିଲା ଋଷର ମିସାଇଲ । ମିସାଇଲ ମାଡରେ ପୋଲାଣ୍ଡର 2 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏ ନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି । ଏ ଘଟଣା ପରେ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲାଣ୍ଡ ସରକାର । ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ପୋଲାଣ୍ଡ ସ୍ଥିତି ଉପରେ ନଜର ରଖିଛି ନାଟୋ ।

ଜି-20 ସମ୍ମିଳନୀରେ ଯୁଦ୍ଧ ରୋକିବାକୁ ବିଶ୍ବନେତାଙ୍କ ଚେତାବନୀ ସତ୍ତ୍ବେ ଏହାକୁ ବେଖାତିର କରିଛି ଋଷ । ୟୁକ୍ରେନ ଉପରେ ପୁଣି ମିସାଇଲ ମାଡ କରିଛି । ଋଷର ଏକ ମିସାଇଲ ମାଡ ଫଳରେ ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ମିସାଇଲଟି ପଡିଛି ଫଳରେ 2 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ୟୁକ୍ରେନ ଋଷ ଯୁଦ୍ଧ ପରିସ୍ଥିତ ମଧ୍ୟରେ ଏହା ଆଉ ଏକ ବଡ ଘଟଣା ଘଟିଛି ଫଳରେ ଯୁଦ୍ଧ ଘନଘଟା ଦେଖାଦେଇଛି ।

ଏହା ବି ପଢନ୍ତୁ....ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, 9 ମୃତ

ଜି-20 ସମ୍ମିଳନୀରେ ଯୁଦ୍ଧ ରୋକିବାକୁ ବିଶ୍ବନେତାଙ୍କ ମଧ୍ୟରେ ଆଲୋଚନା ହେଉଥିବାବେଳେ ୟୁକ୍ରେନ ଉପରେ ଘନଘନ ମିସାଇଲ ମାଡ କରିଛି ଋଷ । ବାଲିରେ ଜି-20 ସମ୍ମିଳନୀରେ ଯୁଦ୍ଧ ରୋକିବାକୁ ରାଷ୍ଟ୍ରନେତାଙ୍କ ତମାମ ଉଦ୍ୟମକୁ ଅବଜ୍ଞା କରି ରକ୍ତମୁଖା ହୋଇଛି ଋଷ । ୟୁକ୍ରେନ ଉପରେ 100ରୁ ଅଧିକ ଥର ମିସାଇଲ ଆକ୍ରମଣ କରି ସାରିଛି । ମଙ୍ଗଳବାର କିଏଭ ଉପରେ ଆକ୍ରମଣ କରିଥିଲା । ସେହିପରି ପଶ୍ଚିମରେ ଲିଭିଲ ଓ ପୂର୍ବର ଖାରକିଭରେ ମିସାଇଲ ମାଡ କରିଥିଲା ଋଷ ।

Last Updated : Nov 16, 2022, 10:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.