ETV Bharat / international

Russia-Ukraine War: ମୋଦିଙ୍କୁ ପୁଟିନଙ୍କ ଫୋନ୍ କଲ, କହିଲେ କାହିଁକି ବନ୍ଦ ହେଉନି ୟୁକ୍ରେନ୍ ଯୁଦ୍ଧ - ଋଷ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହାନ ମିତ୍ର ବୋଲି ସମ୍ବୋଧନ କରିବାର ଗୋଟିଏ ଦିନ ପରେ ଆଜି ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 30, 2023, 7:47 PM IST

Updated : Jun 30, 2023, 7:54 PM IST

ନୂଆଦିଲ୍ଲୀ: ଫୋନ ଯୋଗେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ରାଷ୍ଟ୍ର ନେତା ଏହି ବାର୍ତ୍ତାଳାପ ସମୟରେ ୟୁକ୍ରେନ ଯୁଦ୍ଧ ଓ ୱାଗନର ବିଦ୍ରୋହ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏହାବ୍ୟତୀତ ଦ୍ବିପାକ୍ଷିକ ବୁଝାମଣାକୁ ମଜଭୁତ କରିବା ଦିଗରେ ଉଭୟ ଆଲୋଚନା କରିଛନ୍ତି ବୋଲି ଋଷ ରାଷ୍ଟ୍ରପତି ଭବନ କ୍ରେମଲିନ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ତେବେ ୟୁକ୍ରେନ କୌଣସି ପରିସ୍ଥିତିରେ ମଧ୍ୟ ଆଲୋଚନା ପାଇଁ ରାଜି ନଥିବା କହିଛନ୍ତି ପୁଟିନ ।

  • Vladimir Putin had a telephone conversation with President of the European Council Charles Michel https://t.co/rQBJSZRNPy

    — President of Russia (@KremlinRussia_E) March 15, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଗତକାଲି (ଜୁନ ୨୯) ପୁଟିନ ମୋଦିଙ୍କୁ ମସ୍କୋର ମହାନ ମିତ୍ର ବୋଲି କହିଥିଲେ । ସେ କହିଥିଲେ ଯେ ମେକ ଇନ ଇଣ୍ଡିଆ ଦ୍ବାରା ଭାରତର ଅର୍ଥନୀତି ସୁଧାର ଆସିଛି । ଘରୋଇ ଉତ୍ପାଦନ ଓ ବ୍ରାଣ୍ଡର ବ୍ୟବହାର ସମୟରେ ଭାରତର ଉଦାହରଣ ଦେଇ ଏପରି କହିଥିଲେ ପୁଟିନ । "ଯେଉଁ ପଦକ୍ଷେପ ବା କାର୍ଯ୍ୟକୁ ସଫଳତା ମିଳୁଛି, ତାହାର ଅନୁକରଣ କରିବାରେ ସଙ୍କୋଚ କରିବା ଉଚିତ ନୁହେଁ । ଯଦିଓ ଏହାକୁ ଆମେ ଆରମ୍ଭ କରିନାହୁଁ, ଆମର ମିତ୍ର ଆରମ୍ଭ କରିଛନ୍ତି ।" ପୁଟିନ ଭାରତକୁ ପ୍ରଶଂସିତ କରିବା ପରେ ଆଜି ମୋଦି ତାଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ- 'Make in India'କୁ ପୁଟିନଙ୍କ ପ୍ରଶଂସା, କହିଲେ ନିଜ ଉଦ୍ୟମରେ ସୁଧୁରିଛି ଭାରତର ଅର୍ଥନୀତି

ଋଷର ଗୃହ ଯୁଦ୍ଧ ଆଶଙ୍କା ନେଇ ହୋଇଥିଲା ବାର୍ତ୍ତାଳାପ । ସୂଚନା ଥାଉ କି ଋଷର ଘରୋଇ ସେନା ଗ୍ରୁପ ୱାଗନର ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା । ବିଦ୍ରୋହୀ ସେନା ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇଥିଲା । ୱାଗନର ଗ୍ରୁପର ମୁଖ୍ୟ ପ୍ରିଗୋଝିନ ପୁଟିନଙ୍କ ନେତୃତ୍ବରେ ଗତ ଶନିବାର (ଜୁନ ୨୪)ରେ ଋଷରେ ଆରମ୍ଭ ହୋଇଥିଲା ଏହି ବିଦ୍ରୋହ । ଯେତେବେଳେ ଏହି ସେନା ମସ୍କୋଠାରୁ ମାତ୍ର ୨୦୦କିମି ଦୂରରେ ଥିଲେ, ସେହି ସମୟରେ ନିଜ ସେନାକୁ ଫେରାଇ ନେଇଥିଲେ ପ୍ରିଗୋଝିନ । ବେଲାଋଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହ ବନ୍ଦ ହୋଇଥିଲା । ୱାଗନର ଗ୍ରୁପ ମସ୍କୋ ଦଖଲ ଅଭିଯାନ ବନ୍ଦ କରି କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିଲା । ସେପଟେ ବିଦ୍ରୋହ ବନ୍ଦ ହେବା ଯୋଗୁଁ ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଥିଲା ।

ଅନ୍ୟପଟେ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଥିବା ଋଷ ରାଷ୍ଟ୍ରଦୂତ ଡେନିସ ଅଲିପୋବ କହିଥିଲେ ଯେ ପୂର୍ବ ଭଳି ଋଷ-ଭାରତ ମଧ୍ୟରେ ରଣନୀତିକ ବୁଝାମଣା ଶକ୍ତି ଦେଖାଇଛି ଓ ସବୁଦିନ ପରି ମଜଭୁତ ମଧ୍ୟ ରହିଛି । ମାତ୍ର ଋଷକୁ ନେଇ ବିଶ୍ବସ୍ତରରେ ମିଥ୍ୟା ପ୍ରଚାର କରାଯାଉଛି । ଋଷ ଓ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ ଭାଙ୍ଗିବା ଲାଗି ପ୍ରୟାସ କରାଯାଉଛି ବୋଲି କହିଥିଲେ ଡେନିସ ।

Last Updated : Jun 30, 2023, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.