ETV Bharat / international

ପାକ୍‌ ଆର୍ମି ଉପରେ IED ଆକ୍ରମଣ, ସେନା କମାଣ୍ଡରଙ୍କ ସମେତ ୬ ସୈନ୍ୟ ମୃତ - ସେନା କମାଣ୍ଡରଙ୍କ ସମେତ ୬ ସୈନ୍ୟ ନିହତ

ରବିବାର ବେଲୁଚିସ୍ତାନର ଏକାଧିକ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସେନା କମାଣ୍ଡରଙ୍କ ସମେତ ୬ ସୈନ୍ୟ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

army personnel killed in Pakistan
army personnel killed in Pakistan
author img

By

Published : Dec 26, 2022, 7:47 AM IST

ଇସଲାମବାଦ: ବଡ ଦିନରେ ବଡ ଅଘଟଣ । ବେଲୁଚିସ୍ତାନର ଏକାଧିକ ସ୍ଥାନରେ ବିସ୍ଫୋରଣ । ରବିବାର ବିସ୍ଫୋରଣରେ ଜଣେ ସେନା କମାଣ୍ଡରଙ୍କ ସମେତ ୬ଜଣ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି (Officer Among 6 Army Personnel killed in Pakistan's Restive Balochistan) । ବେଲୁଚିସ୍ତାନର କାହାନରେ ହୋଇଥିଲା ଏହି ବିସ୍ଫୋରଣ ।

ସୂଚନାମୁତାବକ, କୋହଲୁ ଜିଲ୍ଲାର କାହାନ ଅଞ୍ଚଳରେ ଆଇଇଡି( Improvised Explosive Device) ବିସ୍ଫୋରଣ ହୋଇଥିଲା । ଅନ୍ୟ ଏକ ଘଟଣାରେ କ୍ବେଟାର ସାଟେଲାଇଟ୍ ସହରର ଏକ ପୋଲିସ ଚେକପୋଷ୍ଟ ଉପରେ କିଛି ଅଜଣା ବ୍ୟକ୍ତି ଗ୍ରେନେଡ ମାଡ଼ କରିଛନ୍ତି । ଏହି ମାଡରେ ୮ଜଣ ପୋଲିସ ସମେତ ୩ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ତେବେ ବାଲୁଚିସ୍ତାନର ଏକାଧିକ ସ୍ଥାନରେ ବିସ୍ଫୋରଣରେ ସମୁଦାୟ ୬ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ଜଣେ ସେନା କମାଣ୍ଡର ରହିଥିବା ସୂଚନା ରହିଛି ।

ତେବେ ପାକିସ୍ତାନ ସେନାର ମିଡିଆ ବିଭାଗ ଇଣ୍ଟର ସର୍ଭିସେଜ ପବ୍ଲିକ ରିଲେସନ୍ସ( ISPR) ପକ୍ଷରୁ କୁହାଯାଇଛି," ବେଲୁଚିସ୍ତାନର କାହାନ ଅଞ୍ଚଳର ଆଇଇଡି ବିସ୍ଫୋରଣରେ ୫ଜଣ ସୈନ୍ୟ ନିହତ ହୋଇଛନ୍ତି । ଶନିବାର ଠାରୁ କାହାନ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିଲା । ଝୋବ ଜିଲ୍ଲାର ସାମ୍ବାଜା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଅହି ଅଭିଯାନ ୯୬ ଘଣ୍ଟା ଧରି ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ: ମଦୁଆ ସହ ନିଜ ଭଉଣୀ ବା ଝିଅକୁ ବିବାହ କରନାହିଁ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର

ପ୍ରକାଶଯୋଗ୍ୟ ଯେ, କୁଖ୍ୟାତ ଆତଙ୍କବାଦୀ ସମ୍ମୁହ ତେହରିକ-ଏ-ତାଲିବାନ ପାକିସ୍ତାନ(TTP) ଗତ ଦୁଇଦିନ ଭିତରେ ବେଲୁଚିସ୍ତାନର ଅନେକ ସ୍ଥାନରେ ବିସ୍ଫେରଣ ଘଟାଇଥିବା ନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ଜାରି କରାଯାଇଥିଲା ।

ତେବେ ଏନେଇ ବରିଷ୍ଠ ପୋଲିସ ଅଧୀକ୍ଷକ(SSP) ଅବଦୁଲ ହକ ଉମ୍ରାନି(Abdul Haq Umrani) କହିଛନ୍ତି," ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶଦାର ପୋଲିସ ଷ୍ଟେସନ ଅଞ୍ଚଳରେ ଗ୍ରେନେଡ ମାଡ଼ରେ ୩ଜଣ ଲୋକ ଆହତ ହୋଇଛନ୍ତି । ପୋଲିସ ଚେକପୋଷ୍ଟ ଉପରେ ମଧ୍ୟ କିଛି ଅଜଣା ବ୍ୟକ୍ତି ଗ୍ରେନେଟ ମାଡ କରିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.