ETV Bharat / international

'Mental breakdown': ମଝି ଆକାଶରେ ବିମାନ ଇଞ୍ଜିନ ବନ୍ଦ କରିଦେଲେ ପାଇଟଲ, ହତ୍ୟା ମାମଲା ରୁଜୁ - ଆମେରିକୀୟ ପାଇଲଟ ଗିରଫ

ଆମେରିକାରେ ମଝି ଆକାଶରେ ବିମାନର ଇଞ୍ଜିନ ବନ୍ଦ କରିବାକୁ ଉଦ୍ୟମ କଲେ ଅଫଡ୍ୟୁଟିରେ ଥିବା ପାଇଲଟ । ହତ୍ୟା ଉଦ୍ୟମ ମାମଲାରେ ଗିରଫ । ଅଧିକ ପଢନ୍ତୁ

'Mental breakdown': ମଝି ଆକାଶରେ ବିମାନ ଇଞ୍ଜିନ ବନ୍ଦ କରିଦେଲେ ପାଇଟଲ, ହତ୍ୟା ମାମଲା ରୁଜୁ

author img

By ETV Bharat Odisha Team

Published : Oct 24, 2023, 7:40 PM IST

ହାଇଦ୍ରାବାଦ: ବିମାନଯାତ୍ରା ସମୟରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ ବିମାନ କ୍ର୍ୟୁ ସଦସ୍ୟଙ୍କ ସୁରକ୍ଷା ସମ୍ପୃକ୍ତ ବିମାନର ପାଇଲଟଙ୍କ ଉପରେ ନ୍ୟସ୍ତ ଥାଏ । ତେଣୁ ପାଇଲଟଙ୍କ ମାନସିକ ଅବସ୍ଥା ଓ ସେ ଶାରିରୀକ ଭାବେ ସୁସ୍ଥ ରହିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ । କେବଳ ଏତିକି ନୁହେଁ ବରଂ ପାଇଲଟ ପାଠ୍ଯକ୍ରମରେ ନାମ ଲେଖାଇବା ପାଇଁ ଚୟନ ପ୍ରକ୍ରିୟାରେ ମଧ୍ୟ ଏହିସବୁ ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥାଏ । ମାତ୍ର ମଝି ଆକାଶରେ ଜଣେ ପାଇଲଟଙ୍କ ଅସ୍ବାଭାବିକ ଆଚରଣ ଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲି ଦେଇଛି । ମଝି ଆକାଶରେ ବିମାନର ଇଞ୍ଜିନ ବନ୍ଦ କରିବାକୁ ପ୍ରୟାସ କରିଛନ୍ତି ଏହି ପାଇଲଟ ଜଣକ । ମାତ୍ର ଅନ୍ୟ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଆସନ୍ନ ଦୁର୍ଘଟଣାକୁ ଟଳାଯାଇପାରିଛି । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଘଟଣାଟି ସୋମବାର ଘଟିଛି । ଆମେରିକାର ସାନ ଫ୍ରାନସିସ୍କୋ ଅଭିମୁଖେ ଉଡାଣ ଭରିଥିବା ହରିଜୋନ ଏୟାର ଫ୍ଲାଇଟରେ କକପିଟରେ ଅଫ-ଡ୍ଯୁଟିରେ ଥିବା ଏହି ପାଇଲଟ ଜଣଙ୍କ ଏପରି ହରକତ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିମାନ କକପିଟରେ ଥିବା ଏହି ଅଫ୍ ଡ୍ୟୁଟି ପାଇଲଟ୍ ବିମାନର ଇଞ୍ଜିନ ବନ୍ଦ କରିବାକୁ ପ୍ରୟାସ କରିଥିଲେ । ମାତ୍ର ବିମାନ ଉଡାଣ ଦାୟିତ୍ବରେ ଥିବା ପାଇଲଟ ଓ ଅନ୍ୟ ବୈଷୟିକ କର୍ମଚାରୀ ତାଙ୍କୁ ଏଥିରୁ ବାରଣ କରିଥିଲେ । ଫଳରେ କୌଣସି ଦୁର୍ଘଟଣା ଘଟିନଥିଲା ।

ସମ୍ପୃକ୍ତ ପାଇଲଟଙ୍କ ନାମ ଜୋସେଫ୍ ଡେଭିଡ୍ ଏମର୍ସନ୍ ବୋଲି ଜଣାପଡିଛି । ହୋରିଜୋନ୍ ଏୟାର ପାସେଞ୍ଜର ଜେଟର କକପିଟରେ ସେ ବସିଥିଲେ । ଏହା ପରେ ତାଙ୍କୁ ଏବେ ପୋଲିସରେ ହସ୍ତାନ୍ତର କରାଯାଇଥିଲା । ତାଙ୍କୁ ଗିରଫ କରାଯାଇ ଏକାଧିକ ଆକ୍ଟରେ ମାମଲା ମଧ୍ୟ କରାଯାଇଛି । ତେବେ ପ୍ରାଥମିକ ତଦନ୍ତ ପରେ ପାଇଲଟଜଣକ ମାନସିକ ସନ୍ତୁଳନ ହରାଇ ହଠାତ ଏପରି କରିବାକୁ ଉଦ୍ୟମ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- China: ଦୁଇ ମାସ ହେଲା ନିଖୋଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କଲା ଚୀନ

ଅନେକ ସମୟରେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବହୁ ଆହ୍ବାନପୂର୍ଣ୍ଣ ସ୍ଥିତିରେ ବିମାନଟି ଦୁର୍ଘଟଣାରୁ ବର୍ତ୍ତି ଯାଇଥାଏ । ହେଲେ ପାଇଲଟ ଯଦି ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିବସନ୍ତି, ତେବେ ବିମାନ ଦୁର୍ଘଟଣା ହେବା ଏପପ୍ରକାର ନିଶ୍ଚିତ । ଏହି ଘଟଣାରେ ଏବେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । କେଉଁ କାରଣରୁ ପାଇଲଟ ଜଣକ ମାନସିକ ସନ୍ତୁଳନ ହରାଇଲେ ଓ କକପିଟରେ କାହିଁକି ତାଙ୍କୁ ରଖା ଯାଇଥିଲା ତାହା ତଦନ୍ତ ପରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.