ETV Bharat / international

ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ

author img

By

Published : Sep 5, 2022, 5:35 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ ଲିଜ ଟ୍ରସ (Liz Truss)। ଶୁକ୍ରବାର ଟ୍ରସ ଓ ଋଷି ସୁନକଙ୍କ ମଧ୍ୟରେ ହୋଇଥିଲା ଭୋଟିଂ । ଅଧିକ ପଢନ୍ତୁ

ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ
ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ବୈଦେଶିକ ସଚିବ ଲିଜ ଟ୍ରସ । ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକ ଓ ଟ୍ରସଙ୍କ ମଧ୍ୟରେ ଶାସକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ଜାରି ରହିଥିବା ବେଳେ ଋଷିଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଲିଜ ଟ୍ରସ । ଶୁକ୍ରବାର ଏନେଇ ଶାସକ ଦଳ କଞ୍ଜରଭେଟିଭ ପାର୍ଟିରେ ଭୋଟିଂ ଶେଷ ହୋଇଥିଲା । ଆଜି ଫଳାଫଳ ଆସିବା ପରେ ଲିଜ ଟ୍ରସ ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-UK PM Race: ସରିଲା ଭୋଟିଂ, ସୋମବାର ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ

ଏକାଧିକ ଅଭିଯୋଗ ଯୋଗୁ ଦଳୀୟ ଅନ୍ତଃକନ୍ଦଳ ମଧ୍ୟରେ ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ଶାସକ ଦଳରେ ଏକାଧିକ ସାଂସଦ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବା ଯୋଗୁ ସାଙ୍ଗଠନିକ ନିର୍ବାଚନ ଆବଶ୍ୟକ ପଡିଥିଲା ।

  • #WATCH | I'll deliver a bold plan to cut taxes & grow our economy, on the energy crisis & long-term issues on energy supply & National Health Service...& we'll deliver a great victory for the Conservative Party in 2024: UK Foreign Secy Liz Truss after being named as the next PM pic.twitter.com/UnImwyjgVx

    — ANI (@ANI) September 5, 2022 " class="align-text-top noRightClick twitterSection" data=" ">

ପରେ କେତେକ ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ । ତେବେ ଏକାଧିକ ପର୍ଯ୍ୟାୟ ପରେ ଅନ୍ତିମ ଭାବେ ବୈଦେଶିକ ସଚିବ ଲିଜ ଟ୍ରସ ଓ ସାଂସଦ ଋଷି ସୁନକଙ୍କ ମଧ୍ୟରେ ଶୁକ୍ରବାର ଭୋଟିଂ ହୋଇଥିଲା । ତେବେ ଆଜି ଫଳାଫଳ ଆସିଛି । ଲଜ ଟ୍ରିସ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.