ETV Bharat / international

ଜଳୁଛି ପାକିସ୍ତାନ ! ନିର୍ବାଚନ ଘୋଷଣା ପାଇଁ ସରିଫଙ୍କୁ ଇମ୍ରାନଙ୍କ 6ଦିନିଆ ଅଲଟିମେଟମ - ପାକିସ୍ତାନ ଖବର

ପୁଣି ପାକିସ୍ତାନରେ ରାଜନୈତିକ ଅସ୍ଥିରତା । ନୂଆ ନିର୍ବାଚନ ଘୋଷଣା ପାଇଁ ବଢୁଛି ଦାବି । ସରିଫ ସରକାରଙ୍କୁ ସଂସଦ ଭଙ୍ଗ କରି ନିର୍ବାଚନ ଘୋଷଣା ପାଇଁ 6 ଦିନର ମହଲତ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅଧିକ ପଢନ୍ତୁ

ପୁଣି ଅଶାନ୍ତ ପାକିସ୍ତାନ: ନିର୍ବାଚନ ଘୋଷଣା ପାଇଁ ସରିଫ ସରକାରଙ୍କୁ ଇମ୍ରାନଙ୍କ 6 ଦିନିଆ ଅଲଟିମେଟମ

author img

By

Published : May 26, 2022, 5:41 PM IST

ଇସଲାମାବାଦ: କିଛି ଦିନର ବ୍ୟବଧାନ ପରେ ପୁଣି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି । ପୂର୍ବତନ ତଥା ଅନାସ୍ଥାରେ କ୍ଷମତାଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ପୁଣି ଥରେ ନିର୍ବାଚନ କରାଇବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦେଶରେ ନୂଆ ନିର୍ବାଚନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କୁ ମାତ୍ର 6 ଦିନର ମହଲତ ସହ ଚରମ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଇମ୍ରାନ ।

ଏହି ଅଲଟିମେଟମ ଅବଧି ମଧ୍ୟରେ ଜାତୀୟ ବିଧାନସଭା (ସଂସଦ) ଭଙ୍ଗ କରିବା ସହ ସିରିଫ ସରକାର ନୂଆ ନିର୍ବାଚନ ନେଇ ତାରିଖ ଘୋଷଣା ନକେଲେ ଇମ୍ରାନଙ୍କ ଦଳ PTI ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବା ସହ ରାଜଧାନୀ ଅଭିମୁଖେ ବଢିବ ବୋଲି ନେଇ ଦଳ ମୁଖ୍ୟ ଇମ୍ରାନ ଖାନ ଚେତାବନୀ ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ଘୋଷଣା ପରେ ସାରା ଦେଶରେ ଦଳୀୟ କର୍ମୀମାନେ ଦେଶରେ ନିର୍ବାଚନ ଘୋଷଣା କରିବା ଦାବିରେ ରାସ୍ତାକୁ ଓହ୍ଲାଇବାରେ ଲାଗିଛନ୍ତି ।

ବର୍ତ୍ତମାନର ସ୍ଥିତିକୁ ଦେଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଛି । ରାଜଧାନୀ ଇସଲାମାବାଦ, ଲାହୋର ପରି ବଡ ସହରରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦେଖି ରେଡ ଜୋନ ମଧ୍ୟ ଘୋଷଣା କରାଯାଇଛି । ପ୍ରତିବାଦକାରୀମାନେ ରେଡ ଜୋନରେ ପ୍ରବେଶ ନକରିବା ପାଇଁ ମଧ୍ୟ ପୋଲିସ ସତର୍କ ସୂଚନା ଜାରି କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବାନୀ ଦେଇଛି ।

ଗତକାଲି ରାତିରେ ରାଜଧାନୀ ଇସଲାମାବାଦେରେ ସମର୍ଥକଙ୍କ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଇମ୍ରାନ କହିଥିଲେ, ବର୍ତ୍ତମାନର ସରକାର ଗଣତନ୍ତ୍ର ସହ ଖେଳୁଛନ୍ତି । ସରକାର ସଂସଦ ଭଙ୍ଗ ଘୋଷଣା ନକରିବା ଯାଏ ସେ ଧାରଣାରେ ବସିବେ । ଇମ୍ରାନ ଖାନ ପହଞ୍ଚିବା ପରେ PTI ସମର୍ଥକମାନେ ଇସଲାମାବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥିତି ମଧ୍ୟ ଅଣାୟତ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.