ETV Bharat / international

ଇସ୍ରାଏଲ-ହମାସ୍ ଅସ୍ତ୍ରବିରତି: ଦ୍ବିତୀୟ ଦିନରେ ୧୩ ପଣବନ୍ଦୀ, ୩୯ କଏଦୀ ମୁକ୍ତ

author img

By ETV Bharat Odisha Team

Published : Nov 26, 2023, 10:14 AM IST

ଯୁଦ୍ଧବିରତିରେ ଦ୍ବିତୀୟ ଦିନରେ ୧୩ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍ । ସେହିପରି ଇସ୍ରାଏଲ ଜେଲ୍‌ରୁ ମୁକୁଳିଲେ ୩୯ ପାଲେଷ୍ଟାଇନ ନାଗରିକ । ଅଧିକ ପଢନ୍ତୁ

ଇସ୍ରାଏଲ-ହମାସ୍ ଅସ୍ତ୍ରବିରତି
ଇସ୍ରାଏଲ-ହମାସ୍ ଅସ୍ତ୍ରବିରତି

ଗାଜା ଷ୍ଟ୍ରିପ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ୪ ଦିନିଆ ଯୁଦ୍ଧବିରତି ପ୍ରକ୍ରିୟା ଜାରି ରହିଛି । ଚୁକ୍ତି ଅନୁଯାୟୀ ଶନିବାର ଦ୍ବିତୀୟ ବ୍ୟାଚରେ ୧୩ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ୍ ଗୋଷ୍ଠୀ । ସେମାନଙ୍କ ମଧ୍ୟରେ ୮ ଜଣ ଶିଶୁ ଏବଂ ୫ ଜଣ ମହିଳା ରହିଛନ୍ତି । ଏଥିସହ ହମାସ୍ ୭ ଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ମୁକ୍ତ କରିଛି । ଏନେଇ ଶନିବାର କତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବଦଳରେ ଇସ୍ରାଏଲ ମଧ୍ୟ ଆଜି(ରବିବାର) ୩୯ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିଛି ।

ଆଜି ଇସ୍ରାଏଲ ଦ୍ବାରା ମୁକ୍ତ ହୋଇଥିବା ପାଲେଷ୍ଟାଇନ ନାଗରିକମାନେ ଗୋଟିଏ ରେଡକ୍ରସ ବସ୍‌ ଯୋଗେ ୱେଷ୍ଟ ବ୍ୟାଙ୍କରେ ପହଞ୍ଚିଛନ୍ତି । ସେଠାରେ ଶତାଧିକ ଲୋକେ ଉପସ୍ଥିତ ରହି ଖୁବ୍ ଧୁମଧାମରେ ସେମାନଙ୍କୁ ସ୍ବାଗତ କରିଛନ୍ତି । ଦୀର୍ଘ ଦିନ ପରେ ନିଜର ଆତ୍ମୀୟଜନଙ୍କୁ ପାଖରେ ପାଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏନେଇ କତାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମଜେଦ ଅଲ୍ ଅନସାରୀ କହିଛନ୍ତି, ହମାସ୍ ୭ ଜଣ ବିଦେଶୀ ନାଗରିକଙ୍କ ସମେତ ୨୩୦ ଜଣଙ୍କୁ ପଣବନ୍ଦୀ କରିରଖିଛି । ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ, ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଅସ୍ତ୍ରବିରତିର ତୃତୀୟ ଦିନ ଥିବାବେଳେ ତୃତୀୟ ବ୍ୟାଚ୍‌ରେ ମୁକୁଳିବାକୁ ଥିବା ପଣବନ୍ଦୀଙ୍କ ତାଲିକା ଇସ୍ରାଏଲକୁ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ଆକ୍ରମଣରେ ଗାଜାରେ ୧୪, ୮୦୦ରୁ ଊର୍ଦ୍ଧ୍ବ ମୃତ; ଆଜିଠୁ ୪ ଦିନିଆ ଅସ୍ତ୍ରବିରତି

କତାରର ମଧ୍ୟସ୍ଥତାରେ ଗତ ଶୁକ୍ରବାରଠାରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି । ଯାହାଫଳରେ ପାଖାପାଖି ଦୁଇ ମାସର ଘମାଘୋଟ ଲଢ଼େଇ ପରେ ୩ ଦିନ ଯୁଦ୍ଧଭୂମି ଗାଜା ଶାନ୍ତ ରହିଛି । କହିରଖୁଛୁ କି, ଗତ ଶୁକ୍ରବାର ସକାଳ ୭ଟାରେ ଦୁଇ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଅଭିଯାନ ଆରମ୍ଭ ହୋଇଥିଲା । ସର୍ତ୍ତ ମୁତାବକ ସକାଳ ୭ଟା ପରଠୁ କୌଣସି ପ୍ରକାର ଆକ୍ରମଣ କରାଯାଇ ନଥିଲା । ଏହାପରେ ଇସ୍ରାଏଲ ଜେଲ୍‌ରେ ବନ୍ଦୀ ଥିବା ପାଲେଷ୍ଟାଇନ ଏବଂ ହମାସ୍ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ ନାଗରିକଙ୍କ ଘର ବାହୁଡ଼ା ଆରମ୍ଭ ହୋଇଥିଲା ।

ଅକ୍ଟୋବର ୭ ତାରିଖରୁ ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ପ୍ରଥମେ ହମାସ୍ ଗୋଷ୍ଠୀ ଇସ୍ରାଏଲ ଉପରେ ରକେଟ୍‌ ବର୍ଷା କରିବା ପରେ ଇସ୍ରାଏଲ ଗାଜା ଉପରେ ଜୋରଦାର ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ୧୪,୮୫୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ କେବଳ ୫,୮୫୦ ଜଣ ଛୋଟ ଛୁଆ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.