ଇସଲାମାବାଦ: ପାକିସ୍ତାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହର କରାଚୀ ସହରରେ ଭୟଙ୍କର ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଗତ 15 ଦିନ ଭିତରେ ଏହା ଆଉ ଏକ ଭୟଙ୍କର ବିସ୍ଫୋରଣ ।
ଏକ IED ବିସ୍ଫୋରଣ ହୋଇଛି । ଏତେ ଭୟଙ୍କର ବିସ୍ଫୋରଣ ଥିଲା ଯେ ଆଖ ପାଖରେ ଥିବା ଅନେକ ଗାଡି ଜଳି ପୋଡି ପାଉଁଶ ହୋଇଯାଇଛି । କୌଣସି ଆତଙ୍କୀ ସଂଗଠନ ଏହା କରିଥିବା ଜଣାପଡିନାହିଁ । ସହରର ଆଇଜିପି ମୁଶତାକ୍ ଅହମ୍ମଦ ମେହେରୀ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏକ ବାଇକ୍ IED ସହିତ ଲଗାଯାଇ ବିସ୍ଫୋରଣ ହୋଇଛି । ଜଣେ 25 ବର୍ଷର ବାଳକର ମୃତ୍ୟୁ ଘଟିଛି ବାକି ଆହତମାନେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଛି । ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ଗତ ଏପ୍ରିଲ 26 ତାରିଖରେ କରାଚୀ ବିଶ୍ବବିଦ୍ୟାଳୟ ଭୟଙ୍କର ବିସ୍ଫୋରଣ ହୋଇଥିଲା । 3 ଚୀନ ନାଗରିକଙ୍କ ସମେତ 4ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ 2 ଚୀନ ମହିଳା ମଧ୍ୟ ରହିଥିଲେ । ବିଶ୍ବବିଦ୍ୟାଳୟ ପରିସରରେ ଏପରି ବିସ୍ଫୋରଣ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ।