ETV Bharat / international

ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଅକାଳରେ ବଳି ପଡୁଛି ସାମ୍ବାଦିକଙ୍କ ଜୀବନ, ଏବେ ସୁଦ୍ଧା 64 ମୃତ୍ୟୁ

author img

By ETV Bharat Odisha Team

Published : Dec 16, 2023, 10:45 AM IST

Journalist killed in Israeli airstrike: ଗାଜାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଜଣେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କ ମୃତ୍ୟୁ । ଘଟଣାକୁ ନେଇ ସବୁଠୁ ଦୁଃଖ ପ୍ରକାଶ । ଆଗକୁ ପଢନ୍ତୁ

journalist killed in Israeli airstrike
ହମାସ- ଇସ୍ରାଏଲ ଯୁଦ୍ଧ

ଗାଜା: ଉଗ୍ର ରୂପ ନେଉଛି ଇସ୍ରାଏଲ- ହମାସ ଯୁଦ୍ଧ । ଗାଜାରେ ଖବର ସଂଗ୍ରହ ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଅଲ ଜଜିରା ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ଗାଜାର ଖାନ ୟୁନିସ ଠାରେ ଏକ ସ୍କୁଲରେ ଖବର ସଂଗ୍ରହ କରୁଥିବା ବେଳେ ଇସ୍ରାଏଲ ପକ୍ଷରୁ ରକେଟ ମାଡ ହୋଇଥିଲା । ଏହି ଆକ୍ରମଣରେ ଅନେକ ସାଧାରଣ ଲୋକଙ୍କ ସମେତ ଅଲ ଜଜିରା ସାମ୍ବାଦିକଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଅଲ ଜଜିରା ସମେତ ଅନେକ ଗଣମାଧ୍ୟମ ସଂଗଠନ କଡା ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଦକ୍ଷିଣ ଗାଜାର ଖାନ ୟୁନିସ ଠାରେ ଅବସ୍ଥିତ ଫରହାନା ସ୍କୁଲରେ ପୂର୍ବରୁ ଆକ୍ରମଣ କରିଥିଲା ଇସ୍ରାଏଲ । ଶୁକ୍ରବାର ଦିନ ଏହି ଖବର ସଂଗ୍ରହ କରୁଥିବା ସମୟରେ ଦ୍ବିତୀୟ ଥର ପାଇଁ ପୁଣି ଆକ୍ରମଣ କରିଥିଲା ଇସ୍ରାଏଲ ସେନା । ଯେଉଁଥିରେ ଅନେକ ସାଧାରଣ ଲୋକଙ୍କ ସମେତ ଅଲ ଜଜିରା ଗଣମାଧ୍ୟମ ସଂସ୍ଥାର ଆରବିକ ସାମ୍ବାଦିକ ସମେର ଅବୁ ଦକାଙ୍କ ଜୀବନ ଯାଇଥିବା ବେଳେ ତାଙ୍କ ସହକର୍ମୀ ଓ୍ବାଏଲ ଆହତ ହୋଇଛନ୍ତି ।

ଅଲ ଜଜିରାର କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ସମେର ଅବୁଦକା । ଆହତ ହୋଇଥିବା ସାମ୍ବାଦିକ ଜଣକ ସେହି ଚ୍ୟାନେଲରେ କରେସପଣ୍ଡେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ଓ୍ବାଏଲ ଦାହଡୁହ । ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣ ପରେ ଗୁରୁତର ଆହତ ହୋଇପଡିଥିଲେ ସମେର ଅବୁଦକା । ଦୀର୍ଘ 5 ଘଣ୍ଟା ଧରି ରକ୍ତ ସ୍ରାବ ହେଉଥିବା ବେଳେ ଜୀବନ ମରଣ ସହ ସଂଘର୍ଷ କରିଥିଲେ ସମେର । ହେଲେ ଆକ୍ରମଣକୁ ନେଇ ତାଙ୍କ ନିକଟରେ ସମୟ ମଧ୍ୟରେ ଉଦ୍ଧାରକାରୀ ଟିମ ପହଞ୍ଚି ପାରିନଥିଲା । ତେବେ ଅକ୍ଟୋବର ମାସରେ ଇସ୍ରାଏଲ ଏୟାରଷ୍ଟ୍ରାଇକରେ ନିଜର ଓ୍ବାଏଲ ତାଙ୍କ ପରିବାରର 5 ଜଣଙ୍କୁ ହରାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ନିଜ ନାଗରିକଙ୍କୁ ଶତ୍ରୁ ଭାବି ହତ୍ୟା କଲା ଇସ୍ରାଏଲ, ହମାସ କବଳରୁ ଖସି ଆସିଥିଲେ 3 ପଣବନ୍ଦୀ

ତେବେ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଅଲ ଜଜିରା । ଅନ୍ୟପଟେ ସାମ୍ବାଦିକ ସୁରକ୍ଷା କମିଟି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଆହ୍ବାନ ଦେଇଛନ୍ତି । ଆନ୍ତର୍ଜାତୀୟ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଏହାକୁ ଦୁଃଖଦ ବୋଲି କୁହାଯାଇଛି ।

ତେବେ ଆନ୍ତର୍ଜାତୀୟ ସାମ୍ବାଦିକ ସଂଘ ପକ୍ଷରୁ ଗତ ସପ୍ତାହରେ ଜାରି ଏକ ରିପୋର୍ଟ ଅନୁଯାୟୀ, "72 ପ୍ରତିଶତ ସାମ୍ବାଦିକ ଗାଜାରେ ଯୁଦ୍ଧଭୂମିରେ କାର୍ଯ୍ୟରତ ବେଳେ ପ୍ରାଣ ହରାଇଛନ୍ତି ।" ସାମ୍ବାଦିକ ସୁରକ୍ଷା କମିଟି ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆବୁ ଦକ୍କା ଏହି ଆକ୍ରମଣରେ ପ୍ରାଣ ହରାଇଥିବା 64 ତମ ସାମ୍ବାଦିକ ଅଟନ୍ତି । ଅକ୍ଟୋବର 7ରୁ ଏବେସୁଦ୍ଧା ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ 64 ଜଣ ସାମ୍ବାଦିକ ଖବର ସଂଗ୍ରହ ସମୟରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ 57 ଜଣ ପାଲେଷ୍ଟାଇନ, 4ଜଣ ଇସ୍ରାଏଲ ଓ 3 ଜଣ ଲେବାନନର ସାମ୍ବାଦିକ ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.